ସୋଫିଆ ଆକ୍ସିଡେଣ୍ଟାଲ MLA: କଟକରେ ଜଣ୍ଡିସ ପ୍ରସଙ୍ଗରେ ବିଧାୟିକା-ମେୟର ଆରୋପ ପ୍ରତ୍ୟାରୋପ
ଜଣ୍ଡିସ ସମୟରେ ସୋଫିଆ ମ୍ୟାଡାମ କେଉଁଠି ଥିଲେ, କଣ ଦାୟିତ୍ଵ ତୁଲାଇଛନ୍ତି’। ହଠାତ୍ ମିଡିଆ ସାମ୍ନାକୁ ଆସି ଜଣ୍ଡିସ ବ୍ୟାପିବା ପାଇଁ ମେୟର ଦାୟୀ କହୁଛନ୍ତି
କଟକ: ଜଣ୍ଡିସ ପ୍ରସଙ୍ଗରେ ତେଜିଛି କଟକ ରାଜନୀତି। ବିଧାୟିକା ସୋଫିଆଙ୍କ ଆରୋପର ଜବାବ ରଖିଲେ ମେୟର ସୁବାସ ସିଂ। କହିଛନ୍ତି, ଜଣ୍ଡିସ ସମୟରେ ସୋଫିଆ ମ୍ୟାଡାମ କେଉଁଠି ଥିଲେ, କଣ ଦାୟିତ୍ଵ ତୁଲାଇଛନ୍ତି’। ହଠାତ୍ ମିଡିଆ ସାମ୍ନାକୁ ଆସି ଜଣ୍ଡିସ ବ୍ୟାପିବା ପାଇଁ ମେୟର ଦାୟୀ କହୁଛନ୍ତି । ମୁଁ, କମିଶନର, ସିଏମସିର ଅଧିକାରୀ ପ୍ରଭାବିତ ଅଞ୍ଚଳ ବୁଲି ପଦକ୍ଷେପ ନେଇଛୁ। ହେଲେ ସେ ବିଧାୟିକା ଭାବରେ କ’ଣ ଦାୟିତ୍ଵ ତୁଲାଇଛନ୍ତି। ସେ ନଗର ଉନ୍ନୟନ ବିଭାଗର ଷ୍ଟାଣ୍ଡିଂ କମିଟି ମେମ୍ବର ଅଛନ୍ତି,ପଦକ୍ଷେପ ନିଅନ୍ତୁ ବୋଲି ମେୟର ସୁବାସ ସିଂ କହିଛନ୍ତି।
ମୋତେ ଦୁର୍ନୀତି ଗ୍ରସ୍ତ କହୁଛନ୍ତି ହେଲେ ସେ ଓ ତାଙ୍କ ବାପା ଉଭୟ ଦୁର୍ନୀତିରେ ଲିପ୍ତ ବୋଲି କହି ସୋଫିଆଙ୍କୁ ଟାର୍ଗେଟ କରିଛନ୍ତି ସୁବାସ।ସେ ତାଙ୍କ ବାପାଙ୍କ ଭଳି ଆକ୍ସିଡେଣ୍ଟାଲ ଏମ୍ଏଲ୍ଏ ସୁବାସ ସିଂ କହିଛନ୍ତି।