thelifelinemedia
Latest Odisha News, Breaking News Today

ବଜେଟରେ “ସମୃଦ୍ଧ ଓଡିଶା” ଗଠନ ପାଇଁ ବିଜେପିର ପ୍ରତିବଦ୍ଧତା ସ୍ପଷ୍ଟ ପ୍ରତିଫଳିତ : ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ବିଜେପି ରାଜ୍ୟ ସଭାପତି 

ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଆଜି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରାଯାଇଛି

ଭୁବନେଶ୍ୱର: ସମୁଦାୟ ବଜେଟରେ “ସମୃଦ୍ଧ ଓଡିଶା, ବିକଶିତ ଓଡିଶା”କୁ ଗୁରୁତ୍ୱ ଦିଆଯାଇଛି । ବଜେଟରେ “ସମୃଦ୍ଧ ଓଡିଶା” ଗଠନ ପାଇଁ ବିଜେପିର ପ୍ରତିବଦ୍ଧତା ସ୍ପଷ୍ଟ ପ୍ରତିଫଳିତ ହେଉଛି । କୃଷି, ପର୍ଯ୍ୟଟନ, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ, ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ, କ୍ରୀଡା, ଦକ୍ଷତା ବିକାଶ, ଖାଦ୍ୟ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । ଏଥି ସହ ଓଡିଆ ଅସ୍ମିତାର ପ୍ରଚାର ପ୍ରସାର ସହିତ ସମାଜର ସବୁ ବର୍ଗ ଓ ଅଂଚଳବାସୀଙ୍କ ଆଶା ଓ ଆକାଂକ୍ଷାକୁ ପୁରଣ କରିବା ନିମନ୍ତେ ବଜେଟରେ ଆର୍ଥୀକ ବ୍ୟବସ୍ଥା କରାଯାଇଛି । ଏଥି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଆଜି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରାଯାଇଛି । ଚଳିତ ବଜେଟର ୧୬ଟି ନୂତନ ଜନକଲ୍ୟାଣକାରୀ ଯୋଜନା ସହ ପରିମାଣ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ହୋଇଛି, ଯାହାକି ସର୍ବକାଳିନ ସର୍ବାଧିକ । ଏହି ବଜେଟରେ ରାଜ୍ୟର ସାମଗ୍ରିକ ବିକାଶ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସରେ ଅନୁପ୍ରାଣିତ ହୋଇ ବିଜେପି ସରକାର ୪ବର୍ଗ ଗରିବ,ମହିଳା, କୃଷକ ଓ ଯୁବପିଢ଼ିଙ୍କ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.