thelifelinemedia
Latest Odisha News, Breaking News Today

ବ୍ରହ୍ମପୁର ଜେଲ୍ ଫେରିଲେ ବିକ୍ରମ ପଣ୍ଡା: ଅସୁସ୍ଥତା ଯୋଗୁଁ MKCGରେ ଭର୍ତ୍ତି ହୋଇଥିଲେ

୫ ଦିନ ହେଲା ଅସୁସ୍ଥତା ଯୋଗୁଁ MKCGରେ ଭର୍ତ୍ତି ହୋଇଥିଲେ ବିକ୍ରମ। ମେଡିକାଲ ପକ୍ଷରୁ ଡିସଚାର୍ଜ କରାଯିବା ପରେ ବ୍ରହ୍ମପୁର ଜେଲ୍‌ ସ୍ଥାନାନ୍ତର

ବ୍ରହ୍ମପୁର: ବ୍ରହ୍ମପୁର ଜେଲ୍‌କୁ ଫେରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା.ଏମକେସିଜି ମେଡିକାଲରୁ ପୁଣି ବ୍ରହ୍ମପୁର ଜେଲ୍‌ ଫେରିଲେ. ବିକ୍ରମ। କଡ଼ା ସୁରକ୍ଷା ବଳୟରେ ବିକ୍ରମଙ୍କୁ ବ୍ରହ୍ମପୁର ଜେଲ୍‌ ସ୍ଥାନାନ୍ତର ହୋଇଛି। ୫ ଦିନ ହେଲା ଅସୁସ୍ଥତା ଯୋଗୁଁ MKCGରେ ଭର୍ତ୍ତି ହୋଇଥିଲେ ବିକ୍ରମ। ମେଡିକାଲ ପକ୍ଷରୁ ଡିସଚାର୍ଜ କରାଯିବା ପରେ ବ୍ରହ୍ମପୁର ଜେଲ୍‌ ସ୍ଥାନାନ୍ତର ।

ଅନ୍ୟପଟେ, ତରବରିଆ ଡିସ୍‌ଚାର୍ଜ କରାଯାଇଥିବା ଅଭିଯୋଗ କଲେ ବିକ୍ରମଙ୍କ ଓକିଲ। କହିଲେ, ସମ୍ପୂର୍ଣ୍ଣ ସୁସ୍ଥ ନାହାନ୍ତି ବିକ୍ରମ, MKCG କର୍ତ୍ତୃପକ୍ଷ ଚାପରେ ଡିସଚାର୍ଜ କରିଛନ୍ତି ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିକ୍ରମଙ୍କ ଓକିଲ।ବିକ୍ରମଙ୍କ ଅଧିକାର କ୍ଷୁଣ୍ଣ ହୋଇଛି, ଏନେଇ ଆଇନର ଦ୍ୱାରସ୍ଥ ହେବୁ ବୋଲି ବିକ୍ରମଙ୍କ ଓକିଲ କହିଛନ୍ତି। ବହୁଚର୍ଚ୍ଚିତ ଓକିଲ ପୀତବାସ ପଣ୍ଡାଙ୍କ ବାତ୍ୟା ମାମଲାରେ ଜେଲରେ ଅଛନ୍ତି ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା।

Leave A Reply

Your email address will not be published.