ନବୀନ ବାବୁଙ୍କୁ କିଛି ପଚାରିବାର ନାହିଁ: ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଅରବିନ୍ଦ ମହାପାତ୍ରଙ୍କ ପ୍ରତିକ୍ରିୟା
କିଛି କୁଚକ୍ରୀ ଗୋଷ୍ଠୀ, ସେମାନଙ୍କ ପାଇଁ ନିର୍ବାଚନରେ ଭୋଟ ହାର କମିଲା
ଭୁବନେଶ୍ବର: ନବୀନ ବାବୁଙ୍କୁ ମୋର କିଛି ପଚାରିବାକୁ ଇଚ୍ଛା ନାହିଁ କି ଆଶା ନାହିଁ ବୋଲି କହିଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର। ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଅରବିନ୍ଦ କହିଛନ୍ତି, ନବୀନ ଯଦି ବିଧାନସଭାରେ ଯଦି ଦେଖା ହୁଅନ୍ତି ତାହେଲେ ସମ୍ମାନ ଜଣାଇବି।
ହେଲେ ନବୀନ ବାବୁଙ୍କ ଠାରୁ ଉତ୍ତର ପାଇବା ନେଇ କିଛି ଲକ୍ଷ୍ୟ ରଖି ନାହିଁ। ନବୀନ ବାବୁ ଯେଉଁ ମତ ରଖିଥିଲେ, ତାହା ଭୁଲ ବୋଲି କହି ସାରିଛି। ଯଦି ସେମାନଙ୍କ ତରଫରୁ ମୋତେ ପଚରାଯାଏ, ତାହେଲେ ଉତ୍ତର ଖୋଜିବି। ନିଜ ନିର୍ବାଚନ ମଣ୍ଡଳୀରେ ନିଜ ଦଳର ବିରୋଧୀ ମେଳି ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଅରବିନ୍ଦ। କହିଛନ୍ତି, କିଛି କୁଚକ୍ରୀ ଗୋଷ୍ଠୀ, ସେମାନଙ୍କ ପାଇଁ ନିର୍ବାଚନରେ ଭୋଟ ହାର କମିଲା। ବିଜେଡିରୁ ଅରବିନ୍ଦଙ୍କୁ ହଠାତ୍ ନିଲମ୍ବନ ପରେ ତେଜିଥିଲା ରାଜ୍ୟ ରାଜନୀତି। ବିଶ୍ୱାସଘାତକତା ଯୋଗୁଁ ଅରବିନ୍ଦ ମହାପାତ୍ର ଓ ଚମ୍ପୂ ବିଧାୟକ ସନାତନ ମହାକୁଡ଼ଙ୍କୁ ଦଳରୁ ବାହାର ରାସ୍ତା ଦେଖାଇଥିଲେ ନବୀନ