ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ମାମଲା: ୯ ଜଣିଆ ସମ୍ବିଧାନ ଖଣ୍ଡପୀଠ ଗଠନ କଲେ ସୁପ୍ରିମକୋର୍ଟ, ଏପ୍ରିଲ ୭ରେ ଶୁଣାଣି ଆରମ୍ଭ ହୋଇ ଏପ୍ରିଲ ୨୨ ତାରିଖ ସୁଦ୍ଧା ଶେଷ ହେବ ବୋଲି ପ୍ରସ୍ତାବ
ମାମଲାର ଶୁଣାଣି ଏପ୍ରିଲ 7ରୁ ଆରମ୍ଭ ହୋଇ ଏପ୍ରିଲ ୨୨ ତାରିଖ ସୁଦ୍ଧା ଶେଷ ହେବା ନେଇ ପ୍ରସ୍ତାବ
ନୂଆଦିଲ୍ଲୀ: କେରଳ ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ସମ୍ପର୍କିତ ମାମଲାର ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ଏକ ୯ ଜଣିଆ ସମ୍ବିଧାନ ଖଣ୍ଡପୀଠ ଗଠନ କରିଛନ୍ତି। ଏହି ମାମଲାର ଶୁଣାଣି ଏପ୍ରିଲ 7ରୁ ଆରମ୍ଭ ହୋଇ ଏପ୍ରିଲ ୨୨ ତାରିଖ ସୁଦ୍ଧା ଶେଷ ହେବା ନେଇ ପ୍ରସ୍ତାବ ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି ଯେ, ସବରିମାଳା ମନ୍ଦିରରେ ସମସ୍ତ ବୟସ ବର୍ଗର ମହିଳାଙ୍କ ପ୍ରବେଶକୁ ଅନୁମତି ଦେଇଥିବା ରାୟର ସମୀକ୍ଷା ପାଇଁ ଆବେଦନକୁ ସମର୍ଥନ କରନ୍ତି।
ସବରିମାଳା ରାୟର ସମୀକ୍ଷାକୁ ସମର୍ଥନ କରୁଥିବା ପକ୍ଷ ପାଇଁ ଖଣ୍ଡପୀଠ ଓକିଲ କ୍ରିଷ୍ଣ କୁମାର ସିଂହଙ୍କୁ ନୋଡାଲ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି।ମାମଲାର ଶୁଣାଣି ଏପ୍ରିଲ 7ରୁ ଆରମ୍ଭ ହୋଇ ଏପ୍ରିଲ ୨୨ ତାରିଖ ସୁଦ୍ଧା ଶେଷ ହେବା ନେଇ ପ୍ରସ୍ତାବ ରହିଥିବା ବେଳେ ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି।