thelifelinemedia
Latest Odisha News, Breaking News Today

T-20 ବିଶ୍ବକପ: ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ, ଆମେରିକାକୁ ୨୯ ରନରେ ପରାସ୍ତ

ଏକା ଅଧିନାୟକ ସୂର୍ଯ୍ୟ କୁମାର ପାଲି ସମ୍ଭାଳିଥିଲେ। ମହତ୍ତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ଇନିଂସ ଖେଳିଥିଲେ

ବ୍ୟୁରୋ:T-20 ବିଶ୍ବକପରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। ଆମେରିକାକୁ 29 ରନରେ ପରାସ୍ତ କରିଛି ସୁର୍ଯ୍ୟ ବାହିନୀ ।ପ୍ରଥମ ମ୍ୟାଚରେ ଆମେରିକାକୁ ଭେଟିଥିଲା ଟିମ ଇଣ୍ଡିଆ। ଆମେରିକା ଟସ୍ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ଭାରତ ନିର୍ଦ୍ଧାରିତ ଓଭରରେ 162 ରନର ଟାର୍ଗେଟ ଦେଇଥିଲା। ଏକା ଅଧିନାୟକ ସୂର୍ଯ୍ୟ କୁମାର ପାଲି ସମ୍ଭାଳିଥିଲେ। ମହତ୍ତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ଇନିଂସ ଖେଳିଥିଲେ। ଆରମ୍ଭରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। କିନ୍ତୁ ଅଧିନାୟକ ସୂର୍ଯ୍ୟ କୁମାର ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ।

୧୬୨ ରନର ଟାର୍ଗେଟକୁ ପିଛା କଲି ୧୩୨ ରନରେ ଅଟକିଲା ଆମେରିକା ଟିମ୍ । ସିରାଜଙ୍କୁ ସର୍ବାଧିକ ୩ଟି ଓ୍ବିକେଟ ମିଳିଛି। ସେହିପରି ଅର୍ଶଦୀପ ସିଂ ଓ ଅକ୍ଷର ପଟେଲଙ୍କୁ ଦୁଇଟି ଲେଖାଏଁ ଓ୍ବିକେଟ ମିଳିଛି । ଆମେରିକାର କୌଣସି ବ୍ୟାଟର ଭଲ ପ୍ରଦର୍ଶନ କରିପାରିନଥିଲେ।

Leave A Reply

Your email address will not be published.