thelifelinemedia
Latest Odisha News, Breaking News Today

ଗାଜାରେ ଇସ୍ରାଏଲର ବିମାନ ଆକ୍ରମଣ: ଅସ୍ତ୍ରବିରତି ନିୟମ ଉଲ୍ଲଙ୍ଘନ କଲା ଇସ୍ରାଏଲ: ୩ ମୃତ, ରାଫାରେ ଭୟଙ୍କର ହେଲା ଉତ୍ତେଜନା 

ଗାଜା ସହରରେ ହୋଇଥିବା ବଡ଼ ଧରଣର ବିମାନ ଆକ୍ରମଣ ପରେ, ପୀଡିତମାନଙ୍କୁ ଚିକିତ୍ସା ଲାଗି ଶିଫା ହସ୍ପିଟାଲରେ ଭର୍ତ୍ତି କରାଯାଇଛି

ବ୍ୟୁରୋ:ଅସ୍ତ୍ରବିରତି ମଧ୍ୟରେ ଅଶାନ୍ତ ହୋଇପଡିଛି ମଧ୍ୟପ୍ରାଚ୍ୟ। ଇସ୍ରାଏଲ ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରିଛି। ବିମାନ ଆକ୍ରମଣ କରିଛି।ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ ତିନି ଜଣଙ୍କ ଜୀବନ ଯାଇଛି। ପୁରା ଅଞ୍ଚଳରେ ପୁଣି ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଇସ୍ରାଏଲୀ ସେନା ଦାବି କରିଛି ଯେ, ରାଫାରେ ସେମାନଙ୍କ ସୈନିକଙ୍କ ଉପରେ ହୋଇଥିବା ଗୁଳିଚାଳନା ପ୍ରତିବାଦରେ ଏହି ଆକ୍ରମଣ କରାଯାଇଛି।ପଶ୍ଚିମ ଗାଜା ସହରରେ ହୋଇଥିବା ବଡ଼ ଧରଣର ବିମାନ ଆକ୍ରମଣ ପରେ, ପୀଡିତମାନଙ୍କୁ ଚିକିତ୍ସା ଲାଗି ଶିଫା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପ୍ରାୟ ଚାରି ମାସ ପୂର୍ବେ, ଆମେରିକା ରାଷ୍ଟ୍ରପତିଙ୍କ ୨୦-ସୂତ୍ରୀ ଢାଞ୍ଚା ଉପରେ ଆଧାରିତ ଏକ ଐତିହାସିକ ଅସ୍ତ୍ରବିରତି ଚୁକ୍ତିନାମା କାର୍ଯ୍ୟକାରୀ ହୋଇଥିଲା। ଏହି ଚୁକ୍ତିନାମା ଅନୁଯାୟୀ, ହମାସ ଜୀବିତ ବନ୍ଧକମାନଙ୍କୁ ମୁକ୍ତ କରିଥିଲା ଓ ପ୍ରତିବଦଳରେ ଅନେକ ବନ୍ଦୀଙ୍କୁ ମୁକ୍ତ କରିଥିଲା। କିନ୍ତୁ ଏବେ ନିୟମ ଅସ୍ତ୍ରବିରତି ଉଲଙ୍ଘନ କରିଛି ଇସ୍ରାଏଲ ।

Leave A Reply

Your email address will not be published.