ପୁଣି ଖସିଲା ସୁନା ଦର: କ୍ରମାଗତ ଭାବେ ହ୍ରାସ ପାଉଛି ସୁନା ଓ ରୂପା ଦର, ଗହଣା ଦୋକାନରେ ଭିଡ ଜମେଇଲେଣି ଲୋକେ
୨୪ କ୍ୟାରେଟ୍ ସୁନା ଦର ୧୪୨୦ ଟଙ୍କା ଖସିଛି। ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୫୧ ହଜାର ୭୫୦ ଟଙ୍କା ହୋଇଛି
ନୂଆଦିଲ୍ଲୀ: ସୁନା ଓ ରୂପାକିଣିବାକୁ ଯୋଜନା କରିଥିବା ଲୋକଂକ ପାଇଁ ଖୁସି ଖବର। ପୁଣି ଥରେ ଖସିଲା ସୁନା, ରୁପା ଦର। ଲଗାତାର କିଛି ଦିନ ଧରି ଲଗାତାର ଖସୁଛି ସୁନା ଓ ରୁପା ଦର। ବଢ଼ୁଥିବା ସୁନା ଓ ରୂପା ଦରକୁ ନେଇ ଖବର ଆସୁଥିବା ବେଳେ ଏବେ ନିୟମିତ ଭାବେ ଦର ହ୍ରାସ ପାଇବାରେ ଲାଗିଛି। ଆଜି ମଧ୍ୟ ସୁନା ଦରରେ ବେଶ୍ ପରିବର୍ତ୍ତନ ହୋଇଛି। ରୁପା କେଜି ପିଛା ୨୦ ହଜାର ଟଙ୍କା କମିଛି।୨୪ କ୍ୟାରେଟ୍ ସୁନା ଦର ୧୪୨୦ ଟଙ୍କା ଖସିଛି। ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୫୧ ହଜାର ୭୫୦ ଟଙ୍କା ହୋଇଛି।
ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୩୦୦ ଟଙ୍କା ହ୍ରାସ ହୋଇଛି। ୧୦ ଗ୍ରାମ୍ ପିଛା ୨୨ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୩୯ ହଜାର ୧୦୦ ଟଙ୍କା ରହିଛି। ୧୮ କ୍ୟାରେଟ୍ ସୁନା ଦର ୧୦୭୦ ଟଙ୍କା କମି ୧ ଲକ୍ଷ ୧୩ ହଜାର ୮୧୦ ଟଙ୍କା ହୋଇଛି। ଅନ୍ୟପଟେ ରୁପା କେଜି ପିଛା ୨୦ ହଜାର ହ୍ରାସ ପାଇ ହୋଇଛି ୨ ଲକ୍ଷ ୮୦ ହଜାର ଟଙ୍କା।ଆଗକୁ ଆହୁରି କିଛି ଦିନ ସୁନା ଓ ରୂପ ଦରରେ ହ୍ରାସ ପାଇବ ବୋଲି କୁହାଯାଉଛି।