ରେଳବାଇ କ୍ଷେତ୍ରରେ ଓଡିଶାକୁ ବଡ ଅନୁଦାନ:ଲଗାତାର ଚତୁର୍ଥ ଆର୍ଥିକ ବର୍ଷ ପାଇଁ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ୧୦ ହଜାର କୋଟିରୁ ଅଧିକ ଟଙ୍କା
୨୦୨୫-୨୬ ଆର୍ଥିକ ବର୍ଷ ତୁଳନାରେ ଏଥର ଅଧିକ ୩୨୯ କୋଟି ଟଙ୍କା ମିଳିଛି। ଏବେ ଓଡ଼ିଶାରେ ୯୦ହଜାର ୬୫୯ କୋଟି ଟଙ୍କାର ରେଳ ପ୍ରକଳ୍ପ କାର୍ଯ୍ୟ ଚାଲିଛି
ନୂଆଦିଲ୍ଲୀ:ଓଡ଼ିଶା ରେଳ ଇତିହାସରେ ଏକ ରେକର୍ଡ ସୃଷ୍ଟି ହୋଇଛି। କ୍ରମାଗତ ଭାବେ ଚତୁର୍ଥ ଥର ଓଡିଶାକୁ ବଡ ଅନୁଦାନ ମିଳିଛି ରେଳବାଇ କ୍ଷେତ୍ରରେ।ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାର ଗଠନ ପରେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ୨୦୨୬-୨୭ ଆର୍ଥିକ ବର୍ଷରେ ୧୦ ହଜାର ୯୨୮ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହା ପୂର୍ବରୁ କୌଣସି ବି କେନ୍ଦ୍ର ସରକାରଙ୍କ ସମୟରେ ଓଡ଼ିଶାକୁ ଏତେ ଟଙ୍କା ମିଳି ନ ଥିଲା ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି ମ
୨୦୨୫-୨୬ ଆର୍ଥିକ ବର୍ଷ ତୁଳନାରେ ଏଥର ଅଧିକ ୩୨୯ କୋଟି ଟଙ୍କା ମିଳିଛି। ଏବେ ଓଡ଼ିଶାରେ ୯୦ହଜାର ୬୫୯ କୋଟି ଟଙ୍କାର ରେଳ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଯେଉଁଥିରେ ନୂତନ ଲାଇନ ନିର୍ମାଣ, ଦୋହରୀକରଣ ଓ କ୍ଷମତା ବୃଦ୍ଧି, ଷ୍ଟେସନ ପୁନଃବିକାଶ ଏବଂ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବୃଦ୍ଧି, ଓଡ଼ିଶାର ସମସ୍ତ ଅଞ୍ଚଳରେ ସମାବେଶୀ ଅଭିବୃଦ୍ଧି, ଉନ୍ନତ ସଂଯୋଗୀକରଣ ସୁନିଶ୍ଚିତ କରିବା ସହିତ ଜଡ଼ିତ ପ୍ରକଳ୍ପଗୁଡ଼ିକ ରହିଛି ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ବିକଶିତ ଭାରତକୁ ଆଖି ଆଗରେ ରଖି ପୂର୍ବୋଦୟ ବିକାଶକୁ ମୋଦି ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ରେଳମନ୍ତ୍ରୀ କହିଛନ୍ତି।