thelifelinemedia
Latest Odisha News, Breaking News Today

ନାଭିଗୟାରେ ପିଣ୍ଡଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ମା ବିରଜାଙ୍କ ଦର୍ଶନ ପରେ ପିଣ୍ଡଦାନ କାର୍ଯ୍ୟକ୍ରମ, ସୁରକ୍ଷା ବ୍ୟବସ୍ଥା କଡାକଡି 

ସକାଳ ୯ଟା ୫୦ ମିନିଟ୍‌ରେ ମହାମହିମ ବିରଜା ମନ୍ଦିରରେ ପହଞ୍ଚିବା ପରେ ପ୍ରଥମେ ପିଣ୍ଡଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା

ଯାଜପୁର: ଓଡିଶା ଗସ୍ତରେ ଥିବା ଭାରତର ମହାମହିମ ରାଷ୍ଟ୍ରପତି ଯାଜପୁର ଗସ୍ତରେ ଯାଇ ମା ବିରଜାଙ୍କ ଦର୍ଶନ କରିଛନ୍ତି। ଏହା ସହିତ ନାଭିଗୟାରେ ପିଣ୍ଡଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଥମେ ।ସକାଳ ୯ଟା ୫୦ ମିନିଟ୍‌ରେ ମହାମହିମ ବିରଜା ମନ୍ଦିରରେ ପହଞ୍ଚିବା ପରେ ପ୍ରଥମେ ପିଣ୍ଡଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିପାଇଁ ତମାମ ବ୍ୟବସ୍ଥା ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଆରଡିସି, ଅତିରିକ୍ତ ଡିଜି, କେନ୍ଦ୍ରାଞ୍ଚଳ ଡିଆଇଜି, ଯାଜପୁର ଜିଲ୍ଲାପାଳ ଓ ଏସପି ପ୍ରମୁଖ ଉପସ୍ଥିତ ଅଛନ୍ତି।

ତେବେ ନଭିଗୟାରେ କାହିଁକି ରାଷ୍ଟ୍ରପତି ପିଣ୍ଡ ଦାନ କରିଛନ୍ତି। ଏହାର ପୌରାଣିକ କଥାବସ୍ତୁ ରହିଛି।ସମଗ୍ର ଭାରତବର୍ଷରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ୩ଟି ଗୟା ଅର୍ଥାତ୍ ତ୍ରିଗୟା ରହିଛି। ପାଦଗୟା ପିଠାପୁରମ୍ ଆନ୍ଧ୍ରପ୍ରଦେଶରେ, ଶିରଗୟା ବିହାରରେ ଓ ନାଭିଗୟା ଓଡ଼ିଶାର ଯାଜପୁରରେ ଅବସ୍ଥିତ ହିନ୍ଦୁ ରାତିରେ ଏହିଠାରେ ପିଣ୍ଡଦାନ ଜଳେ ପିତୃପୁରୁଷ ମୁକ୍ତିଲାଭ କରିଥାନ୍ତି ବୋଲି ବିଶ୍ଵାସ ରହିଛି।

Leave A Reply

Your email address will not be published.