ସିଏମ୍ କିଷାନ ଫେବ୍ରୁଆରୀ ୨୮ ପଞ୍ଜୀକରଣ ଡେଡଲାଇନ୍:ପଞ୍ଜୀକରଣ ପାଇଁ ବ୍ୟାଙ୍କ୍ ଖାତା ସହ ଆଧାର ସଂଯୋଗୀକରଣ ବାଧ୍ୟତାମୂଳକ
ଆଧାର ଲିଙ୍କ୍ ଥିବା ମୋବାଇଲ୍ ନମ୍ବର୍ ଜରିଆରେ e-KYC ସହିତ ନିକଟସ୍ଥ ଜନ ସେବା କେନ୍ଦ୍ର କିମ୍ବା ବ୍ୟକ୍ତିଗତ ସ୍ତରରେ ସିଏମ୍ ଜିଷାନ ପୋର୍ଟାଲ୍ (cmkisan.odisha.gov.in)ରେ ପଞ୍ଜୀକରଣ କରାଇବାକୁ ହେବ
ଭୁବନେଶ୍ୱର: ସିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା ଜାରି କଲେ ସରକାର। ଫେବ୍ରୁଆରୀ ୨୮ ମଧ୍ୟରେ ପଞ୍ଜୀକରଣ ନ କଲେ ଯୋଜନାରୁ ବାଦ୍ ପଡ଼ିପାରନ୍ତି।ପଞ୍ଜୀକରଣ ପାଇଁ ବ୍ୟାଙ୍କ୍ ଖାତା ସହ ଆଧାର ସଂଯୋଗୀକରଣ ବାଧ୍ୟତାମୂଳକ କରଯାଇଛି। କୃଷକ ଓଡ଼ିଶା ପୋର୍ଟାଲ୍ରେ ହିତାଧିକାରୀଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ।ଆଧାର ଲିଙ୍କ୍ ଥିବା ମୋବାଇଲ୍ ନମ୍ବର୍ ଜରିଆରେ e-KYC କରିବାକୁ ହେବ.ଅଧିକ ସୂଚନା ପାଇଁ ବ୍ଲକ୍ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିପାରିବେ ।
ଆଧାର ଲିଙ୍କ୍ ଥିବା ମୋବାଇଲ୍ ନମ୍ବର୍ ଜରିଆରେ e-KYC ସହିତ ନିକଟସ୍ଥ ଜନ ସେବା କେନ୍ଦ୍ର କିମ୍ବା ବ୍ୟକ୍ତିଗତ ସ୍ତରରେ ସିଏମ୍ ଜିଷାନ ପୋର୍ଟାଲ୍ (cmkisan.odisha.gov.in)ରେ ପଞ୍ଜୀକରଣ କରାଇବାକୁ ହେବ । ଅଧିକ ସୂଚନା ପାଇଁ ବ୍ଲକ୍ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ କିମ୍ବା କୃଷି ସମୃଦ୍ଧି ହେଇଲାଇନ୍ ନମ୍ବର ୧୫-୫୩୩୩ରେ ଯୋଗାଯୋଗ କରିପାରିବେ ।ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ଆବଶ୍ୟକତା ଯେମିତି କି ବ୍ୟାଙ୍କ୍ ଖାତା ସହ ଆଧାର ସଂଯୋଗୀକରଣ, କୃଷକ ଓଡ଼ିଶା ପୋର୍ଟାଲ୍ରେ ପଞ୍ଜୀକରଣ ଭଳି ଆବଶ୍ୟକତା ଗୁଡ଼ିକ ପୂରଣ କରିବାକୁ ହେବ ।