thelifelinemedia
Latest Odisha News, Breaking News Today

କଲିକେଶଙ୍କୁ ଆସିଲା ନବୀନ ନିବାସ ଡକରା: ବିଜେଡ଼ି ରାଜନୀତିରେ ହଲଚଲ, କଲିକେଶଙ୍କୁ ନେତୃତ୍ଵ ଦିଆଯାଉ କହିଥିଲେ ଜୁନାଗଡ ବିଧାୟକ 

ନବୀନ ଥିବା ଯାଏ ଅନ୍ୟ ନେତୃତ୍ବର ପ୍ରଶ୍ନ ଉଠୁନି। ଗ୍ରାଉଣ୍ଡରେ ସବୁ ଏକାଠି କାମ କରୁଛୁ ବୋଲି କଳିକେଶ କହିଛନ୍ତି। ସେ ଆହୁରି କହିଛନ୍ତି, ୨୦୨୯ରେ ବି ନିର୍ବାଚନ ଲଢ଼ିବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର:କଲିକେଶଙ୍କୁ ବିଜେଡ଼ିର ନେତୃତ୍ଵ ଦିଆଯାଉ ଚର୍ଚ୍ଚା ପରେ ନବୀନ ନିବାସରୁ କଳିକେଶ ସିଂ ଦେଓଙ୍କୁ ଡାକରା ବିଜେଡ଼ି ରାଜନୀତିରେ ହଲଚଲ ତିଆରି କରିଛି। ନବୀନଙ୍କୁ ଭେଟିବା ପରେ କଳିକେଶ କହିଛନ୍ତି ବହୁଦିନ ହେବ ନବୀନ ବାବୁଙ୍କୁ ଭେଟିନଥିଲି।ଭୁବନେଶ୍ବରରେ ଥିବାରୁ ଭେଟିବାକୁ ଆସିଥିଲି।ବଲାଙ୍ଗିରର ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା ହୋଇଛି। କୌଣସି ନିର୍ଦ୍ଧିଷ୍ଟ ପ୍ରସଙ୍ଗରେ ଆଲୋଚନା ହୋଇନି।

ନବୀନ ଥିବା ଯାଏ ଅନ୍ୟ ନେତୃତ୍ବର ପ୍ରଶ୍ନ ଉଠୁନି। ଗ୍ରାଉଣ୍ଡରେ ସବୁ ଏକାଠି କାମ କରୁଛୁ ବୋଲି କଳିକେଶ କହିଛନ୍ତି। ସେ ଆହୁରି କହିଛନ୍ତି, ୨୦୨୯ରେ ବି ନିର୍ବାଚନ ଲଢ଼ିବେ ନବୀନ ପଟ୍ଟନାୟକ। କର୍ମୀ ଭାବେ ଯାହା କାମ ଦେବେ କରୁଛି ଏବଂ ଆଗକୁ କାମ କରିବି। ଯେଉଁମାନେ ମୋତେ ସମର୍ଥନ ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ ବୋଲି କଳିକେଶ କହିଛନ୍ତି।

Leave A Reply

Your email address will not be published.