ସୁନେତ୍ରା ପାୱାର ହେବ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ:ଆସନ୍ତାକାଲି ଅପରାହ୍ନ ୫ଟାରେ ଶପଥ ନେବେ ,ବୈଠକରେ ଦଳର ନେତା ଭାବେ ନିର୍ବାଚିତ ହେବେ ସୁନେତ୍ରା
ବିମାନ ଦୁର୍ଘଟଣା ପରେ ସୁନେତ୍ରାଙ୍କ ପ୍ରତି ଜନସାଧାରଣ ଓ ଦଳୀୟ କର୍ମୀଙ୍କ ମଧ୍ୟରେ ପ୍ରବଳ ସମବେଦନା ରହିଛି। ପାୱାର ପରିବାରର ରାଜନୈତିକ ପରମ୍ପରାକୁ ବଜାୟ ରଖିବା ପାଇଁ ସେ ଏକ ମୁଖ୍ୟ ବିକଳ୍ପ
ମୁମ୍ବାଇ: ମହାରାଷ୍ଟ୍ରର ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ ହେବେ ସୁନେତ୍ରା ପାୱାର। ଦିବଙ୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ହେବେ ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ। ଆସନ୍ତାକାଲି ଅପରାହ୍ନ ୫ଟାରେ ଶପଥ ନେବେ ସୁନେତ୍ରା ପାୱାର।NCP ବିଧାୟକ ଦଳ ବୈଠକ ପରେ ଶପଥ ନେବେ ସୁନେତ୍ରା। ବୈଠକରେ ଦଳର ନେତା ଭାବେ ନିର୍ବାଚିତ ହେବେ ସୁନେତ୍ରା
ସୁନେତ୍ରା ୨୦୨୪ ଲୋକସଭା ନିର୍ବାଚନରେ ବାରମତୀ ଆସନରୁ ସୁପ୍ରିୟା ସୁଲେଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରି ପ୍ରତ୍ୟକ୍ଷ ରାଜନୀତିରେ ପାଦ ଦେଇଥିଲେ। ଯଦିଓ ସେ ଏହି ନିର୍ବାଚନରେ ପରାଜିତ ହୋଇଥିଲେ, ପରେ ସେ ପ୍ରଫୁଲ୍ଲ ପଟେଲଙ୍କ ସ୍ଥାନରେ ରାଜ୍ୟସଭାକୁ ନିର୍ବିରୋଧ ନିର୍ବାଚିତ ହୋଇଥିଲେ।ପ୍ରଫୁଲ୍ଲ ପଟେଲ, ଛଗନ ଭୁଜବଳ ଓ ଦିଲୀପ ୱାଲସେ ପାଟିଲଙ୍କ ଭଳି ବରିଷ୍ଠ ନେତା ଦଳରେ ଥିଲେ ମଧ୍ୟ ସୁନେତ୍ରାଙ୍କ ପାଇଁ କିଛି ସକାରାତ୍ମକ ଦିଗ ରହିଛି। ବିମାନ ଦୁର୍ଘଟଣା ପରେ ସୁନେତ୍ରାଙ୍କ ପ୍ରତି ଜନସାଧାରଣ ଓ ଦଳୀୟ କର୍ମୀଙ୍କ ମଧ୍ୟରେ ପ୍ରବଳ ସମବେଦନା ରହିଛି। ପାୱାର ପରିବାରର ରାଜନୈତିକ ପରମ୍ପରାକୁ ବଜାୟ ରଖିବା ପାଇଁ ସେ ଏକ ମୁଖ୍ୟ ବିକଳ୍ପ ବୋଲି କୁହାଯାଉଛି।