thelifelinemedia
Latest Odisha News, Breaking News Today

କମିଲା ସୁନା ଦର:ରେକର୍ଡ ଭାଙ୍ଗି ହୁ ହୁ ହୋଇ ବଢୁଥିଲା, ଏବେ ଧାଏଁ ଧାଏଁ ଖସୁଛି

ନୂଆଦିଲ୍ଲୀ:ରେକର୍ଡ ଭାଙ୍ଗି ହୁ ହୁ ହୋଇ ବଢୁଥିଲା, ଏବେ ଧାଏଁ ଧାଏଁ ଖସୁଛି। ଆକାଶ ଛୁଆଁ ସୁନା-ରୁପାରେ ଲାଗିଲା ଲଗାମ୍ । ଲଗାତାର ଦ୍ବିତୀୟ ଦିନରେ ଖସିଲା ଦାମ୍। ଆଜି ପୁଣି ସୁନା ପ୍ରାୟ ୮ ହଜାର ଓ ରୁପା କମିଛି ୫୫ ହଜାର ଟଙ୍କା। ଲଗାତାର ଦୁଇ ଦିନ ଧରି ସୁନା ଓ ରୂପା ଦର କମିବାରେ ଲାଗିଛି। ଆଗକୁ ମଧ୍ଯ ଦର ଆହୁରି କମିପାରେ ବୋଲି କୁହାଯାଉଛି।

ଓଡିଶା ବଜାରରେ ମଧ୍ୟ ଏହାର ବିଶେଷ ପ୍ରଭାବ ରହିଛି । କଟକ ଓ ଭୁବନେଶ୍ୱର ସହର ସମେତ ରାଜ୍ୟରେ ୨୪ କ୍ୟାରେଟ ସୁନା ଦର ୧, ୭୮,୮୫୦ ଟଙ୍କା ପ୍ରତି ୧୦ଗ୍ରାମ ରହିଛି । ସେହିପରି ୧୦ ଗ୍ରାମ ୨୨ କ୍ୟାରେଟ ସୁନା ମୂଲ୍ୟ ୧,୬୩,୯୫୦ ଟଙ୍କା ଓ ୧୮ କ୍ୟାରେଟ ସୁନାର ମୂଲ୍ୟ ୧,୩୪,୧୪୦ ଟଙ୍କା ରହିଛି । ରୁପା ଦର ଏକ କିଲୋଗ୍ରାମ ପିଛା ୪,୦୦,୧୦୦ ଟଙ୍କା ରହିଛି। ବିଶ୍ଵରେ ଯୁଦ୍ଧ ଭଳି ସ୍ଥିତି, ଆମେରିକାର ଟାରିଫ ପ୍ରହାର, ୟୁରୋପରେ ରାଜନୀତିକ ଅସ୍ଥିରତା ଯୋଗୁ ସୁନା ଦର ବଢ଼ିବାରେ ଲାଗିଛି ବୋଲି କୁହାଯାଉଛି।

Leave A Reply

Your email address will not be published.