ବିକ୍ରି ହେବ ପାନ ମସଲା
ଭୁବନେଶ୍ୱର: କେଉଁ ପାନ ମସଲା ବିକ୍ରି ହେବ ଏବଂ କାହା ଉପରେ ଲାଗିଛି ବ୍ୟାନ ତାକୁ ନେଇ ସ୍ପଷ୍ଟୀକରଣ ରଖିଛି ସ୍ବାସ୍ଥ୍ୟ ବିଭାଗ।
ସିଟି ଜିଏସଟି ବିଭାଗ ପକ୍ଷରୁ ଲେଖାଯାଇଥିବା ଚିଠିର ଉତ୍ତରରେ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ଯେ, ଟବାକୋ ଓ ନିକୋଟିନ୍ ନଥିବା ପାନ ମସଲା ବିକ୍ରିରେ କୌଣସି ପ୍ରତିବନ୍ଧକ ନାହିଁ।
ଫଳରେ ସମ୍ପୂର୍ଣ୍ଣ ପାନ ମସଲା ଉପରେ ବ୍ୟାନ୍ ଲାଗିଥିବା ନେଇ ଯେଉଁ ଦ୍ୱନ୍ଦ୍ୱ ଦେଖାଦେଇଥିଲା, ତାହା ଏବେ ଦୂର ହୋଇଛି।
ତମାଖୁ ମିଶିଥିଲେ ବ୍ୟାନ୍, ଆଉ ତମାଖୁ ମିଶିନଥିଲେ ଛାଡ଼। ରାଜ୍ୟ ସରକାର ତମାଖୁ ଓ ନିକୋଟିନ୍ ଯୁକ୍ତ ପାନ ମସଲା ଉପରେ ନିଷେଧାଦେଶ ଲଗାଇବା ପରେ ଏବେ କେଉଁ ଜିନିଷ ବିକ୍ରି ଆଇନ ସମ୍ମତ, ଆଉ କାହାକୁ ବିକିବା ବେଆଇନ୍, ସେ ନେଇ ସ୍ପଷ୍ଟୀକରଣ ରଖିଛି ସ୍ବାସ୍ଥ୍ୟ ବିଭାଗ।