thelifelinemedia
Latest Odisha News, Breaking News Today

ଭିଜିଲାନ୍ସ ଜାଲରେ SCB ଡାକ୍ତର:ବିଭାଗକୁ ସାମଗ୍ରୀ ଯୋଗାଣ ପାଇଁ ବିଡର୍‌ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରା ପଡ଼ିବା ପରେ ଏବେ ବାବୁଙ୍କର ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ । ତିନୋଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ ଜାରି ରହିଛି

କଟକ: ଭିଜିଲାନ୍ସ ଜାଲରେ SCB ଆସୋସିଏଟ୍‌ ପ୍ରଫେସର ଡା. ସନାତନ ବେହେରା।ହେପାଟୋଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡା. ସନାତନ ବେହେରା।୨ ଲକ୍ଷ ୬୩ ହଜାର ଟଙ୍କା ନେଇ ଯାଉଥିଲା ବେଳେ ମାଡ଼ିବସିଲା ଭିଜିଲାନ୍ସ।ବିଭାଗକୁ ସାମଗ୍ରୀ ଯୋଗାଣ ପାଇଁ ବିଡର୍‌ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ।ସରକାରୀ କ୍ବାର୍ଟର୍ସକୁ ସ୍କୁଟରରେ ଟଙ୍କା ନେଇ ଗଲା ବେଳେ ଧରାପଡ଼ିଲେ।

କାଠଗୋଲାସାହି ମେଡିକାଲ୍‌ ରୋଡ୍‌ରେ କାବୁ କଲା ଭିଜିଲାନ୍ସ ଟିମ୍‌।ସମସ୍ତ ଟଙ୍କା ଜବତ ସହ ଆସୋସିଏଟ୍‌ ପ୍ରଫେସରଙ୍କ ୩ଟି ସ୍ଥାନରେ ରେଡ୍‌ ହୋଇଛି।ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରା ପଡ଼ିବା ପରେ ଏବେ ବାବୁଙ୍କର ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ । ତିନୋଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ ଜାରି ରହିଛି।ଆଗକୁ ତାଙ୍କୁ ଭିଜିଲାନସ୍ ଗିରଫ କରି ପାରେ ବୋଲି ସଂଭାବନା ରହିଛି।

Leave A Reply

Your email address will not be published.