ଡେଲିଭରି ବୟକୁ ମାରି ଫିଙ୍ଗିଦେଲେ:ହତ୍ୟା ସନ୍ଦେହ କରି ସାଇଣ୍ଟିଫିକ୍ ଟିମ୍ ଡକାଇ ପୋଲିସର ଛାନଭିନ୍
ବେକରେ କପଡ଼ା ଗୁଡ଼ା ହୋଇଥିବା ବେଳେ ପାଖରେ ସାଇକେଲ୍ ପଡ଼ିଛି। ୨ ଦିନ ତଳୁ ଡେଲିଭରି ବୟ ନିଖୋଜ ନେଇ ଏତଲା କରିଥିଲେ ପରିବାର
ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ପାଣ୍ଡରା ନିକଟରୁ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର ହୋଇଛି। ପାଣ୍ଡରା ରାସ୍ତାଠାରୁ ୧୦୦ ମିଟର ଦୂର ବିଲ ଭିତରୁ ମୃତଦେହ ଉଦ୍ଧାର ହେବା ଘଟଣା ପୁରା ଅଂଚଳରେ ଆଲୋଡନ ସୃଷ୍ଟି କରିଛି। ବେକରେ କପଡ଼ା ଗୁଡ଼ା ହୋଇଥିବା ବେଳେ ପାଖରେ ସାଇକେଲ୍ ପଡ଼ିଛି। ୨ ଦିନ ତଳୁ ଡେଲିଭରି ବୟ ନିଖୋଜ ନେଇ ଏତଲା କରିଥିଲେ ପରିବାର। ବହୁ ଖୋଜା ଖୋଜି କରିବା ପରେ ଡେଲିଭରି ବୟଙ୍କ ମୃତଦେହ ମିଳିଛି।
ସୂଚନା ଅନୁସାରେ, ଡେଲିଭରି ବୟ ଜଣକ ମହାଦେବ ନଗରରେ ରହୁଥିଲେ। ନିଖୋଜ ହେବା ପରେ ଲକ୍ଷ୍ମୀସାଗର ଥାନାରେ ଏତଲା ହୋଇଥିଲା। ପରେ ମୃତ ଦେହ ଉଦ୍ଧାର ହେବା ପରେ ହତ୍ୟା ସନ୍ଦେହ କରି ସାଇଣ୍ଟିଫିକ୍ ଟିମ୍ ଡକାଇ ପୋଲିସର ଛାନଭିନ୍ ହୋଇଛି।