thelifelinemedia
Latest Odisha News, Breaking News Today

ପ୍ଲେନ୍ କ୍ରାସରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ: ଜାତୀୟ ରାଜନୀତିରେ ଶୋକର ଛାୟା, ୪ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ରାଜନୀତିରେ ସକ୍ରିୟ ଭୂମିକା

ସର୍ବାଧିକ ୬ଥରର ଉପମୁଖ୍ୟମନ୍ତ୍ରୀ ଥିଲେ ଅଜିତ ପାୱାର। ମହାରାଷ୍ଟ୍ର ରାଜନୀତିର ଜଣେ ଟାଣୁଆ ନେତା ଥିଲେ ଅଜିତ ପାୱାର। ତାଙ୍କର ବିୟୋଗରେ ମହାରାଷ୍ଟ୍ର ସମେତ ଜାତୀୟ ରାଜନୀତିରେ ଶୋକର ଛାୟା

ମୁମ୍ବାଇ: ଆଉ ନାହାନ୍ତି ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର। ବାରାମତିକୁ ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ ପ୍ଲେନ କ୍ରାସ ଘଟି ଅଜିତ ପାୱାରଙ୍କ ଦେହାନ୍ତ ହୋଇଛି। ବାରାମତୀ ବିମାନବନ୍ଦରରେ ଅବତରଣ କରିବା ସମୟରେ ଖସି ପଡିଥିଲା ବିମାନ। ଏହି ଗୁରୁତର ଦୁର୍ଘଟଣାରେ ଅଜିତ ପାୱାରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି।ମିଳିଥିବା ସୂଚନା ଅନୁଯାୟୀ, ଅଜିତ ପାୱାର ଆଜି ସକାଳେ ଏକ ସ୍ୱତନ୍ତ୍ର ବିମାନରେ ମୁମ୍ବାଇରୁ ବାରାମତୀ ଯାଇଥିଲେ। ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ବାରାମତୀରେ ପ୍ରଚାର ସଭା ଆୟୋଜନ କରାଯାଇଥିଲା। କିନ୍ତୁ, ବାରାମତୀ ବିମାନବନ୍ଦରର ରନୱେରେ ବିମାନଟି ଅବତରଣ କରୁଥିବା ସମୟରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେଲା।

ବିମାନରେ ଅଜିତ ପାୱାରଙ୍କ ସମେତ ତାଙ୍କ ସୁରକ୍ଷାକର୍ମୀ ଥିଲେ। ବିମାନରେ ଥିବା ୨ ଜଣ କ୍ରିଉ ସଦସ୍ୟ ଓ ୨ ସୁରକ୍ଷାକର୍ମୀଙ୍କ ସମେତ ମୋଟ ୫ ଜଣ ବିମାନରେ ଥିଲେ। ସମସ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସର୍ବାଧିକ ୬ଥରର ଉପମୁଖ୍ୟମନ୍ତ୍ରୀ ଥିଲେ ଅଜିତ ପାୱାର। ମହାରାଷ୍ଟ୍ର ରାଜନୀତିର ଜଣେ ଟାଣୁଆ ନେତା ଥିଲେ ଅଜିତ ପାୱାର। ତାଙ୍କର ବିୟୋଗରେ ମହାରାଷ୍ଟ୍ର ସମେତ ଜାତୀୟ ରାଜନୀତିରେ ଶୋକର ଛାୟା ଖେଳଯାଇଛି।

Leave A Reply

Your email address will not be published.