ପୂର୍ବତନ କଂଗ୍ରେସ ମୁଖପାତ୍ରଙ୍କ ମହାନତା: ଭୋକିଲା ମହିଳାଙ୍କ ମୁହଁରେ ଦେଲେ ଦାନା, ରାଜଧାନୀ ରାଜ ରାସ୍ତାରେ ମଣିଷ ପଣିଆ
ଏହି କାମ ପାଇଁ ନରେଶ ମହାନ୍ତିଙ୍କୁ ସବୁ ଆଡୁ ଛୁଟୁଛି ପ୍ରଶଂସାର ସୁଅ । ବ୍ୟସ୍ତବହୁଳ ରାଜନୀତିକ କାର୍ଯ୍ୟକ୍ରମ ଭିତରେ ଅସହାୟଙ୍କୁ ସାହାଯ୍ୟ କରିବାକୁ ନରେଶ କେବେ ପଛାନ୍ତି ନାହିଁ
ଭୁବନେଶ୍ୱର:ଅସହାୟଙ୍କ ସାହାରା ବନିଲେ କଂଗ୍ରେସର ପୂର୍ବତନ ମୁଖପାତ୍ର ନରେଶ ମହାନ୍ତି। ଭୋକିଲା ବୃଦ୍ଧାଙ୍କ ମୁଁହରେ ଆହାର ଦେଇ ମହାନତା ଦେଖାଇଛନ୍ତି ପୂର୍ବତନ କଂଗ୍ରେସ ନେତା ତଥା ସମାଜସେବୀ। ବୃଦ୍ଧାଙ୍କୁ ଖାଇବାକୁ ଦେବା ସହିତ ତାଙ୍କୁ ପୋଲିସ ପାଖରେ ଛାଡିଛନ୍ତି। ଜଣେ ଅସହାୟ ମଣିଷର ଦୁଃଖ ଦେଖି ପାରି ନାହାନ୍ତି ନରେଶ।
ଗତ ଦୁଇ ଦିନ ତଳେ ଭୁବନେଶ୍ୱର ରାଜ ମହଲ ଛକ ପାଖରେ ଜଣେ ଅସହାୟ ମହିଳା ପଡ଼ିଥିବା ଦେଖିବାକୁ ପାଇଥିଲେ ନରେଶ ମହାନ୍ତି। ଭୋକରେ ଆଉଟୁ ପାଉଟୁ ହେଉଥିଲେ ମହିଳା ଜଣକ। ସେହି ବାଟ ଦେଇ ଗଲାବେଳେ ମହିଳାଙ୍କ ଉପରେ ନଜର ପଡିଲା ନରେଶଙ୍କର। ତାଙ୍କ ପାଦ ଅଟକିଗଲା। ତୁରନ୍ତ ପାଖ ଦୋକାନରୁ ଖାଦ୍ୟ ଆଣି ମହିଳାଙ୍କୁ ନିଜ ହାତରେ ଖାଇବାକୁ ଦେଇଥିଲେ। ଏହା ସହିତ ପୋଲିସକୁ ଡାକି ଜିମା ଦେଇଥିଲେ। ଏହି କାମ ପାଇଁ ନରେଶ ମହାନ୍ତିଙ୍କୁ ସବୁ ଆଡୁ ଛୁଟୁଛି ପ୍ରଶଂସାର ସୁଅ । ବ୍ୟସ୍ତବହୁଳ ରାଜନୀତିକ କାର୍ଯ୍ୟକ୍ରମ ଭିତରେ ଅସହାୟଙ୍କୁ ସାହାଯ୍ୟ କରିବାକୁ ନରେଶ କେବେ ପଛାନ୍ତି ନାହିଁ।