thelifelinemedia
Latest Odisha News, Breaking News Today

ପରଲୋକରେ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର: ଓଲିଉଡ ଜଗତରେ ଅପୂରଣୀୟ କ୍ଷତି, ଦୀର୍ଘଦିନ ହେବ ଯକୃତଜନିତ ରୋଗରେ ପୀଡ଼ିତ ଥିଲେ

ଛୋଟ ଆଲବମ୍, ଛୋଟ ମଞ୍ଚରୁ ନିଜ କ୍ୟାରିୟର ଆରମ୍ଭ କରି ଆଜି ପ୍ରତ୍ୟକ ସଙ୍ଗୀତ ପ୍ରେମୀଙ୍କ ମନରେ ଘର କରି ପାରିଛନ୍ତି। ୧୯୯୧ ମସିହାରେ ଅଭିଜିତ ପ୍ରଥମ କରି ସଂଙ୍ଗୀତ ଜଗତରେ ପାଦ ଦେଇଥିଲେ

ଭୁବନେଶ୍ବର: ଆଉ ନାହାଁନ୍ତି ଓଲିଉଡ ଜଗତର ମେଲୋଡି କିଙ୍ଗ ଅଭିଜିତ ମଜୁମଦାର। ଭୁବନେଶ୍ବର AIIMSରେ 54 ବର୍ଷ ବୟସରେ ଆଖି ବୁଜିଲେ ଅଭିଜିତ। ଗତକାଲି ମେଡିକାଲରେ ଭର୍ତ୍ତି ହୋଇଥିଲେ।ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ଅଭିଜିତ ମଜୁମଦାରଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ସ୍ତବ୍ଧ କରିଛି। ୭୦୦ରୁ ଅଧିକ ସଙ୍ଗୀତରେ ନିର୍ଦେଶନା କରିଛନ୍ତି୧୯୯୧ ମସିହାରେ ସଙ୍ଗୀତରେ କ୍ୟାରିଅର ଆରମ୍ଭ କରିଥିଲେ।ଦୀର୍ଘଦିନ ହେବ ଯକୃତଜନିତ ରୋଗରେ ପୀଡ଼ିତ ଥିଲେ।

ଛୋଟ ଆଲବମ୍, ଛୋଟ ମଞ୍ଚରୁ ନିଜ କ୍ୟାରିୟର ଆରମ୍ଭ କରି ଆଜି ପ୍ରତ୍ୟକ ସଙ୍ଗୀତ ପ୍ରେମୀଙ୍କ ମନରେ ଘର କରି ପାରିଛନ୍ତି। ୧୯୯୧ ମସିହାରେ ଅଭିଜିତ ପ୍ରଥମ କରି ସଂଙ୍ଗୀତ ଜଗତରେ ପାଦ ଦେଇଥିଲେ । ପ୍ରଥମ ଥର ପାଇଁ ସମ୍ବଲପୁରୀ ଆଲବମ୍ ‘ଦକ୍ସିଗଲା’ ଗାଇଥିଲେ ଅଭିଜିତ୍।ଏହା ପରେ ଧୀରେଧୀରେ, ତାଙ୍କ ସ୍ୱର ଲୋକଙ୍କ ମନରେ ଘର କରିଲା। ଓଡ଼ିଆ ମନୋରଞ୍ଜନ ଦୁନିଆର ଲୋକପ୍ରିୟ କଣ୍ଠଶିଳ୍ପୀ ସହ ୨୦୦୦ ମସିହାରେ ସଂଗୀତ ନିର୍ଦ୍ଦେଶକ ଭାବେ ଉଭା ହେଲେ ଅଭିଜିତ ମଜୁମଦାର । ଓଡ଼ିଆ ଆଧୁନିକ ଆଲବମ୍, ଭଜନ, ସମ୍ବଲପୁରୀ ଆଲବମ୍ ଓ ଓଡ଼ିଆ ଧାରାବାହିକରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ଅନେକ ଗୀତ ନିଜେ ସେ ଗାଇଛନ୍ତି ।

Leave A Reply

Your email address will not be published.