ଖଣ୍ଡଗିରିରେ ଜମୁଛି ଯାତ୍ରା ମହାକୁମ୍ଭ
ଭୁବନେଶ୍ୱର: ଖଣ୍ଡିଗିରି ମାଘମେଳାରେ ଆଜିଠୁ ଯାତ୍ରା ମହାସମର। ରାତିର ଅନ୍ଧକାରକୁ ଚିରି ପାହାଡ଼ ତଳେ ଶୁଭିବ ପାରିବାରିକ କାହାଣୀର ମନଛୁଆଁ ଡାଏଲଗ୍ |
ଜାନୁଆରୀ ୨୭ରୁ ଫେବ୍ରୁଆରୀ ୧୨ ଯାଏଁ ଚାଲିବ ନାଟକ ଫାଇଟିଂ। ପ୍ରଥମ ପର୍ଯ୍ୟାୟରେ ଆଜିଠୁ ମଇଦାନକୁ ସିଂହବାହିନୀ, କୋଣାର୍କ, ଧଉଳି ଓ ଅଶୋକ ସମ୍ରାଟ ଓହ୍ଲାଇଛନ୍ତି।
ତେବେ ଯାତ୍ରା ବ୍ୟାଡ୍ ବୟ ପୀୟୂଷ ତ୍ରିପାଠୀଙ୍କ କ୍ରେଜ୍ ସବୁଠୁ ଅଧିକ ଥିବାବେଳେ ଭିଲେନ୍ ଦୈତାରୀ ପଣ୍ଡା ଓ ମନୋଜ ବରାଳଙ୍କ ସହ ରୋମାଣ୍ଟିକ ଯୋଡ଼ି ରୁଦ୍ର-ସ୍ମରଣିକାଙ୍କ ଆକ୍ଟିଂ ଦେଖିବାକୁ ଟିକେଟ୍ କାଉଣ୍ଟର ଆଗରେ ଭିଡ଼ ଲାଗିଛି।