thelifelinemedia
Latest Odisha News, Breaking News Today

10 ମିନିଟର ଡେଲିଭରିକୁ ଛାଟ: ଅନଲାଇନ୍‌ରେ ବରାଦ କଲେ ୧୦ ମିନିଟ୍‌ରେ ଜିନିଷ ଘରେ ପହଞ୍ଚିବନି , କେନ୍ଦ୍ର ନେଲା ବଡ଼ ନିଷ୍ପତ୍ତି 

ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କ୍ବିକ୍‌ କମର୍ସ କମ୍ପାନି ଯଥା ଜୋମାଟୋ, ସ୍ବିଗି, ବ୍ଲିଙ୍କଇଟ୍‌ ଓ ଜେପ୍‌ଟୋର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବ୍ଲିଙ୍କ୍‌ଇଟ୍‌କୁ ୧୦ ମିନିଟ୍‌ ଡେଲିଭରି ସୁବିଧା ପ୍ରତ୍ୟାହାର କରିବାକୁ କୁହାଯାଇଥିଲା

ନୂଆଦିଲ୍ଲୀ: ଅନଲାଇନରେ ସାମଗ୍ରୀ ମଗାଉଥିବା ଗ୍ରାହକଙ୍କ ପାଇଁ ଆସିଲା ବଡ଼ ଅପଡେଟ।10 ମିନିଟରେ ଜିନିଷ ମିଳିବା ଏବେ ସ୍ବପ୍ନ ପାଲଟିଯିବ। ଏହି ତ୍ବରିତ ଡେଲିଭରି ସେବାକୁ ବନ୍ଦ ଲାଗି ଶ୍ରମ ମନ୍ତ୍ରଣାଳୟ କ୍ବିକ୍‌ କମର୍ସ କମ୍ପାନିମାନଙ୍କୁ ନିର୍ଦ୍ଦେଶ ଦେଇଛି। ଡେଲିଭରି ସହଯୋଗୀଙ୍କ ସୁରକ୍ଷାକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କ୍ବିକ୍‌ କମର୍ସ କମ୍ପାନି ଯଥା ଜୋମାଟୋ, ସ୍ବିଗି, ବ୍ଲିଙ୍କଇଟ୍‌ ଓ ଜେପ୍‌ଟୋର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବ୍ଲିଙ୍କ୍‌ଇଟ୍‌କୁ ୧୦ ମିନିଟ୍‌ ଡେଲିଭରି ସୁବିଧା ପ୍ରତ୍ୟାହାର କରିବାକୁ କୁହାଯାଇଥିଲା।

ତେବେ ସରକାରଙ୍କ ନିର୍ଦ୍ଦେଶକୁ କମ୍ପାନି ମାନିଛି। ଅନ୍ୟ ପ୍ଲାଟଫର୍ମଗୁଡ଼ିକ ମଧ୍ୟ ଏହି ନିର୍ଦ୍ଦେଶ ମାନିବେ ବୋଲି ଆଶା କରାଯାଉଛି। ଡେଲିଭରି କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି କେନ୍ଦ୍ର ସରକାର।

Leave A Reply

Your email address will not be published.