thelifelinemedia
Latest Odisha News, Breaking News Today

ଇରାନରେ ନର ସଂହାର:ରାଜ ରାସ୍ତାରେ ସରକାରୀ ବିରୋଧୀ ପ୍ରଦର୍ଶନ, ବିକ୍ଷୋଭକାରୀଙ୍କ ଉପରେ ଆଖି ବୁଜା ଗୁଳି ଚାଳନା

ମୂଲ୍ୟବୃଦ୍ଧି, ଚାକିରି ଏବଂ ଖର୍ଚ୍ଚ ବୃଦ୍ଧି ନେଇ 14 ଦିନ ହେଲାଣି ଇରାନରେ ଜୋରଦାର ବିକ୍ଷୋଭ ଜାରି ରହିଛି ।ଇରାନର ଅର୍ଥନୀତି ଦୀର୍ଘ ଦିନ ଧରି ଚାପରେ ରହିଛି

ବ୍ୟୁରୋ: ଇରାନର ରାଜ ରାସ୍ତାରେ ସରକାରୀ ବିରୋଧୀ ପ୍ରଦର୍ଶନ। ହଜାର ହଜାର ବିକ୍ଷୋଭକାରୀଙ୍କ ହରକତରେ ଥରହର ଇରାନ। ଆଧୁନିକ ଈତିହାସରେ ଇରାନରେ ସବୁଠାରୁ ବଡ ନର ସଂହାର। ବିକ୍ଷୋଭକାରୀଙ୍କ ଉପରେ ଆଖି ବୁଜା ଗୁଳି ଚାଳନା ଇରାନକୁ ସାରା ବିଶ୍ଵରେ ନିନ୍ଦିତ କରିଛି। ଇସଲାମିକ ଶାସନ ବିରୋଧରେ ଇରାନରେ ଚାଲିଥିବା ପ୍ରତିବାଦ ଏକ ହିଂସାତ୍ମକ ପ୍ରତିବାଦରେ ପରିଣତ ହୋଇଛି । ଇରାନ ସରକାରଙ୍କ ନିର୍ଦ୍ଦେଶରେ ସୁରକ୍ଷା ବାହିନୀ ଅନେକ ସ୍ଥାନରେ ଗୁଳି ଚଳାଇଥିବା ରିପୋର୍ଟ ସାମ୍ନାକୁ ଆସିଛି ।

ମୂଲ୍ୟବୃଦ୍ଧି, ଚାକିରି ଏବଂ ଖର୍ଚ୍ଚ ବୃଦ୍ଧି ନେଇ 14 ଦିନ ହେଲାଣି ଇରାନରେ ଜୋରଦାର ବିକ୍ଷୋଭ ଜାରି ରହିଛି ।ଇରାନର ଅର୍ଥନୀତି ଦୀର୍ଘ ଦିନ ଧରି ଚାପରେ ରହିଛି । କହିବାକୁ ଗଲେଇରାନର ଅର୍ଥନୀତି ଏବେ ତାସ ଘର ଭଳି ଭୁଶୁଡ଼ି ପଡ଼ିଛି। ଯାହାକୁ ନେଇ ଖାମନେଇ ଶାସନ ବିରୁଧରେ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି।

Leave A Reply

Your email address will not be published.