thelifelinemedia
Latest Odisha News, Breaking News Today

ପ୍ରକୃତ ବିଶ୍ୱାସଘାତକ କିଏ: ଦୁଇ ବିଧାୟକଙ୍କ ନିଲମ୍ୱନକୁ ନେଇ ତେରଛା ବାଣ ମାରିଲେ ଶ୍ରିମୟୀ 

କିଏ କାହା ସହ ବିଶ୍ୱାସଘାତକତା କରିଛି?, ପ୍ରକୃତ ବିଶ୍ୱାସଘାତକ କିଏ ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି

ଭୁବନେଶ୍ୱର: ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ସସ୍‌ପେଣ୍ଡ ନେଇ ଶ୍ରୀମୟୀଙ୍କ ଟାର୍ଗେଟ୍। ବିଜେଡି ନେତୃତ୍ୱ ଓ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଲେ ଶ୍ରୀମୟୀ ମିଶ୍ର। ପୁଣି ନବୀନ ଓ ପାଣ୍ଡିଆନ୍‌ଙ୍କୁ ସିଧାସଳଖ ଟାର୍ଗେଟ କଲେ ଶ୍ରୀମୟୀ। ନୈତିକତା ହଜିଛି, ଏବଂ ବିଶ୍ୱାସଘାତକତାର ନୂଆ ପରିଭାଷା ଲେଖାହେଉଛି ବୋଲି ଶ୍ରୀମୟୀ କହିଛନ୍ତି। ୨ ବିଧାୟକଙ୍କୁ ନିଲମ୍ବିତ କରି ‘ଅନୁଶାସନ’ର ପାଠ ପଢ଼ାଯାଉଛି। କିଏ କାହା ସହ ବିଶ୍ୱାସଘାତକତା କରିଛି?, ପ୍ରକୃତ ବିଶ୍ୱାସଘାତକ କିଏ ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି। କାହା ଅପାରଗତା ଓ କାହା ଅହଙ୍କାର ପାଇଁ ଦଳ କ୍ଷମତାରୁ ଗଲା। ବିଧାୟକ ସଂଖ୍ୟା ୫୧ରେ ସୀମିତ ରହିଲା ବୋଲି ସିଧାସଳଖ ଭାବେ ଶ୍ରୀମୟୀ ମିଶ୍ର ବିଜେଡ଼ିକୁ ଟାର୍ଗେଟ କରିଛନ୍ତି।

 

ବିଜେଡିରୁ ନିଲମ୍ୱିତ୍ ହୋଇଥିବା ଦୁଇ ବିଧାୟକଙ୍କୁ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ଭରିଛି। କାରଣ ଦର୍ଶାଅ ନୋଟିସ ନ ଦେଇ ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକତା କହି ଦୁଇ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ୱନ ପରେ ତେଜିଛି ରାଜ୍ୟ ରାଜନୀତି।

Leave A Reply

Your email address will not be published.