thelifelinemedia
Latest Odisha News, Breaking News Today

ଉପାସରେ ଶ୍ରୀଲିଙ୍ଗରାଜ:ଲିଙ୍ଗରାଜଙ୍କ ନୀତି ବନ୍ଦ ନେଇ ବ୍ରାହ୍ମଣ ଓ ବଡୁ ନିଯୋଗ ଦୋଷ ଲଦାଲଦି

୨୦୨୪ ଯାଏଁ ବଡୁ ସେବାୟତ ଘୃତକମଳ ନୀତି କରୁଥିଲେ।ହଠାତ ୨୦୨୫ରେ କାହିଁକି ପରିବର୍ତ୍ତନ ହେଲା ପ୍ରଶ୍ନ କଲା ବଡୁ ନିଯୋଗ

ଭୁବନେଶ୍ୱର: ମନ୍ଦିର ପ୍ରଶାସନ ଭିତରେ ସମନ୍ଵୟ ଅଭାବରୁ ଉପାସରେ ପ୍ରଭୁ ଶ୍ରୀ ଲିଙ୍ଗରାଜ। ଆଜି ବି ନୀତିକାନ୍ତି ବନ୍ଦ ରହିବ କହିଲେ ବ୍ରାହ୍ମଣ ନିଯୋଗ ସମ୍ପାଦକ। ବାବା ଲିଙ୍ଗରାଜଙ୍କ ଘୃତକମଳ ହୋଇନି, ବନ୍ଦ ରହିବ ନୀତିକାନ୍ତି। ସ୍ୱତନ୍ତ୍ର ଆଇନ ନଆସିବା ଯାଏଁ ଏଭଳି ସମସ୍ୟା ଲାଗି ରହିବ। ୨୦୨୪ ଯାଏଁ ବଡୁ ସେବାୟତ ଘୃତକମଳ ନୀତି କରୁଥିଲେ।ହଠାତ ୨୦୨୫ରେ କାହିଁକି ପରିବର୍ତ୍ତନ ହେଲା ପ୍ରଶ୍ନ କଲା ବଡୁ ନିଯୋଗ।

ଅନ୍ୟପଟେ ମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି। ଗତକାଲି କ୍ଷୀର ଆଉଟା ନୀତିକୁ ନେଇ ଦେଖାଦେଇଛି ବିବାଦ । କାଲି ରାତିରୁ ଉପାସରେ ଅଛନ୍ତି ମହାପ୍ରଭୁ ଲିଙ୍ଗରାଜ । ଅନ୍ୟପଟେ ପ୍ରଭୁ ଲିଙ୍ଗରାଜ ଉପବାସ ରହିବା ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

Leave A Reply

Your email address will not be published.