thelifelinemedia
Latest Odisha News, Breaking News Today

ବାପାଙ୍କୁ ପ୍ରଶଂସାରେ ପୋତିଲେ ସୋଫିଆ: ଖୋଲା ମଞ୍ଚରେ ବାପାଙ୍କୁ ଭୁରି ଭୁରି ପ୍ରଂଶସା 

ରାଜନୀତିରେ ପାଦ ଦେବା ଆଗରୁ ବାପା କଟକବାସୀଙ୍କ ସେବା କରୁଥିଲେ। ଏବେ କଟକବାସୀ ମତେ ବିଧାୟିକା କରିଛନ୍ତି ବୋଲି ସୋଫିଆ କହିଛନ୍ତି। ଦେଶକୁ ଗଢ଼ିବା ପାଇଁ ସବୁ ଯୁବକଙ୍କୁ ଏକ ହେବାକୁ ପଡ଼ିବ ଆହ୍ବାନ ଦେଇଛନ୍ତି ସୋଫିଆ

କଟକ: ଖୋଲା ମଞ୍ଚରେ ବାପାଙ୍କୁ ପ୍ରଶଂସାରେ ପୋତିଲେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ମୋକିମ୍ ଫାଉଣ୍ଡେସନର ଯୁବ ସମାବେଶରେ ପ୍ରଶଂସା କଲେ ସୋଫିଆ। ବାପା ଗୋଟିଏ ମୁଦ୍ଦା ନେଇ ଆଗକୁ ବଢ଼ିଲେ କେହି ତାଙ୍କୁ ଅଟକାଇ ପାରିବେ ନାହିଁ।ନ ଡରି ବାପାଙ୍କ ଲଢ଼େଇରେ ସମସ୍ତଙ୍କୁ ସାମିଲ୍‌ ହେବାକୁ ପଡ଼ିବ ବୋଲି ସୋଫିଆ କହିଛନ୍ତି। ରାଜନୀତିରେ ପାଦ ଦେବା ଆଗରୁ ବାପା କଟକବାସୀଙ୍କ ସେବା କରୁଥିଲେ। ଏବେ କଟକବାସୀ ମତେ ବିଧାୟିକା କରିଛନ୍ତି ବୋଲି ସୋଫିଆ କହିଛନ୍ତି। ଦେଶକୁ ଗଢ଼ିବା ପାଇଁ ସବୁ ଯୁବକଙ୍କୁ ଏକ ହେବାକୁ ପଡ଼ିବ ଆହ୍ବାନ ଦେଇଛନ୍ତି ସୋଫିଆ ।

ଆଜି ମୋକିମଙ୍କ ନୂଆ ଦଳ ଗଠନ ପୂର୍ବରୁ ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପାଇଁ ପଡ଼ିଲା ମୂଳଦୁଆ। ଜାତୀୟ ଯୁବ ଦିବସରେ ଯୁବ ଗୋଷ୍ଠୀଙ୍କୁ ନେଇ ଶକ୍ତି ପ୍ରଦର୍ଶନ କଲେ ମୋକିମ୍। ମାର୍ଚ୍ଚ ମାସରେ ନୂଆ ଦଳ ଗଠନ ହେବ ହେବ ବୋଲି ମୋକିମ କହିଛନ୍ତି।

Leave A Reply

Your email address will not be published.