ପଶ୍ଚିମ ବଙ୍ଗରେ ଇଡି Vs ଦିଦି: କେନ୍ଦ୍ରୀୟ ତଦନ୍ତ ସଂସ୍ଥା ED-ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁହାଁମୁହିଁ
କୋଇଲା ଚାଲାଣ ଲିଙ୍କ୍ରେ PMLAରେ ରେଡ୍ କରାଯାଉଥିଲା। କୌଣସି ରାଜନୈତିକ ଦଳକୁ ଟାର୍ଗେଟ୍ କରି ନ ଥିଲା ସ୍ପଷ୍ଟ କଲା ED।ତଦନ୍ତରେ ବାଧା ସୃଷ୍ଟି ହେବାରୁ ED ହାଇକୋର୍ଟଙ୍କ ଦ୍ବାରସ୍ଥ ସୂଚନା
କୋଲକତା: ପଶ୍ଚିମବଙ୍ଗରେ ରାଜନୈତିକ ଘମାସାନ ଦେଖିବାକୁ ମିଳିଛି।କେନ୍ଦ୍ରୀୟ ତଦନ୍ତ ସଂସ୍ଥା ED-ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁହାଁମୁହିଁ ହୋଇଛନ୍ତି। I-PAC ଅଫିସ୍ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ରେଡ୍ ବେଳେ ମୁହାଁମୁହିଁ ହୋଇଛନ୍ତି। ସର୍ଚ୍ଚ ବେଳେ କିଛି ଡକ୍ୟୁମେଣ୍ଟ ବଳପୂର୍ବକ ନେଇଯାଇଥିବା EDର ଅଭିଯୋଗ । ଇଲେକ୍ଟ୍ରୋନିକ ପ୍ରମାଣ ପତ୍ର ମମତାଙ୍କ ଅଧିକାରୀ ନେଇଯାଇଥିବା ଅଭିଯୋଗ କରିଛି ଇଡି।କୋଇଲା ଚାଲାଣ ଲିଙ୍କ୍ରେ PMLAରେ ରେଡ୍ କରାଯାଉଥିଲା। କୌଣସି ରାଜନୈତିକ ଦଳକୁ ଟାର୍ଗେଟ୍ କରି ନ ଥିଲା ସ୍ପଷ୍ଟ କଲା ED।ତଦନ୍ତରେ ବାଧା ସୃଷ୍ଟି ହେବାରୁ ED ହାଇକୋର୍ଟଙ୍କ ଦ୍ବାରସ୍ଥ ସୂଚନା।
ଅନ୍ୟପଟେ, ଏହି ଘଟଣାରେ EDର ଅଭିଯୋଗକୁ ଖଣ୍ଡନ କଲେ ମୁଖ୍ୟମନ୍ତ୍ରୀ ମମତା। ସେମାନେ ଆମର ହାର୍ଡ ଡିସ୍କ, ଆର୍ଥିକ ଓ ରାଜନୈତିକ କପି ନେଇଯାଇଛନ୍ତି। ବିଜେପିର ଲକ୍ଷ ଲକ୍ଷ କୋଟି କୋଟି ସମ୍ପତ୍ତି; CBI, ED କାହାକୁ ତ ଧରୁନି ।ED ରେଡ୍ ଜାଣି ନ ଥିଲି, କେହି ଫୋନ୍ ନ ଉଠାଇବାରୁ ଆସି ଦେଖିଲି ବୋଲି ମମତା କହିଛନ୍ତି।