୨ ସପ୍ତାହ ଯାଏଁ ଶୀତରୁ ନାହିଁ ନିସ୍ତାର: ଆହୁରି ଥରିବ ଓଡ଼ିଶା, ଉପକୂଳରୁ ଉପାନ୍ତ ସବୁଠି ଅସହ୍ୟ ଥଣ୍ଡା
୨୪ ସହରରେ ରାତି ତାପମାତ୍ରା ୧୦ କିମ୍ବା ତାଠୁ କମ୍ ଥିଲା। ଜି. ଉଦୟଗିରି ରାତି ତାପମାତ୍ରା ୨.୫ ଡିଗ୍ରୀକୁ ଖସିଥିଲା। ଭୁବନେଶ୍ବର ତାପମାତ୍ରା ମଧ୍ୟ ୯.୪କୁ କମି ଆସିଥିବା ସୂଚନା ମିଳିଛି
ଭୁବନେଶ୍ୱର: ଆଗାମୀ ଦୁଇ ସପ୍ତାହ ଯାଏଁ ଶୀତରୁ ନାହିଁ ନିସ୍ତାର। ଏବେ ଯେତିକି ଥଣ୍ଡା ଅନୁଭୂତ ହେଉଛି, ତାଠୁ ଅଧିକ ଶୀତ ଅନୁଭୂତ ହେବ।ସାରା ରାଜ୍ୟରେ ଅସମ୍ଭାଳ ଥଣ୍ଡା । ଉପକୂଳରୁ ଉପାନ୍ତ ସବୁଠି ଶୀତ ଲହରୀ ଅନୁଭୂତ ହେଉଛି । ସକାଳୁ କୁହୁଡ଼ି ସାଙ୍ଗକୁ ଶୀତୁଆ ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ୨୪ ସହରରେ ରାତି ତାପମାତ୍ରା ୧୦ କିମ୍ବା ତାଠୁ କମ୍ ଥିଲା। ଜି. ଉଦୟଗିରି ରାତି ତାପମାତ୍ରା ୨.୫ ଡିଗ୍ରୀକୁ ଖସିଥିଲା। ଭୁବନେଶ୍ବର ତାପମାତ୍ରା ମଧ୍ୟ ୯.୪କୁ କମି ଆସିଥିବା ସୂଚନା ମିଳିଛି।
ରାଜଧାନୀରେ ବାଘୁଆ ଶୀତ ଅନୁଭୂତ ହେଉଛି । ସକାଳ ୫ଟା ୩୦ ମିନିଟ ସମୟରେ ୧୦ ଡିଗ୍ରୀକୁ ଖସି ଆସିଥିଲା ରାତିର ତାପମାତ୍ରା । ସନ୍ଧ୍ୟାପରେ ଥଣ୍ଡାରେ ଥରୁଥିଲା ଭୁବନେଶ୍ୱର । ଭୁବନେଶ୍ୱରରେ ଚଳିତ ବର୍ଷର ଏହା ରେକର୍ଡ ତାପମାତ୍ରା । ଜାନୁଆରି ୪ ତାରିଖରେ ୧.୬ ଡିଗ୍ରୀ, ଜାନୁଆରି ୫ ତାରିଖରେ ୧୮ ଡିଗ୍ରୀ, ୬ ତାରିଖରେ ୧୫.୪ ଡିଗ୍ରୀ, ୭ ତାରିଖରେ ୧୧.୪ ଡିଗ୍ରୀ ଓ ଆଜି ୧୦.୮ ଡିଗ୍ରୀ ରେକର୍ଡ ହୋଇଛି । ସେପଟେ କଟକରେ ରାତିର ତାପମାତ୍ରା ୯.୬ ଡିଗ୍ରୀ ରେକର୍ଡ ହୋଇଛି ।