thelifelinemedia
Latest Odisha News, Breaking News Today

ବାଂଲାଦେଶର ଅନୁରୋଧକୁ ICC ର ପ୍ରତ୍ୟାଖାନ:ଟି ୨୦ ବିଶ୍ବକପରୁ ବାଦ୍ ପଡିପାରେ ବାଙ୍ଗଲାଦେଶ, ବିସିବିକୁ ପୁନର୍ବିଚାର ପାଇଁ କହିଲା ଆଇସିସି

IPL ରୁ ବାଂଲା ଖେଳାଳୀ ମୁସ୍ତାଫିଜୁର ରେହେମାନଙ୍କୁ ବାଦ ଦେବା ପରେ ଭାରତରେ ବିଶ୍ଵକପ ମ୍ୟାଚ୍ ନ ଖେଳିବା ନେଇ ଆଇସିସିକୁ ଜଣେଇ ଥିଲା ବାଂଲାଦେଶ

ନୂଆଦିଲ୍ଲୀ: ଭାରତରେ ନ ଖେଳିବାକୁ ବାଂଲା କ୍ରିକେଟ ବୋର୍ଡର ଅନୁରୋଧକୁ ଖାରଜ କରିଦେଇଛି ଆଇସିସି । ଯାହାକୁ ନେଇ କ୍ରିକେଟ ଜଗତରେ ହଇଚଇ ସୃଷ୍ଟି ହୋଇଛି। ଭାରତ-ବାଂଲା ମଧ୍ୟରେ ଥିବା ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ଜାତୀୟ ଦଳକୁ ଟି-୨୦ ବିଶ୍ବକପ ପାଇଁ ଭାରତ ପଠାଇବାକୁ ନିରାପଦ ମନେ କରୁନାହିଁ। ତେଣୁ ଭାରତରେ ହେବାକୁ ଥିବା ଟି-୨୦ ମ୍ୟାଚ୍ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବା ପାଇଁ ଆଇସିସିକୁ ଅନୁରୋଧ କରିଥିଲା BCB, ଯାହାକୁ ପ୍ରତ୍ୟାଖ୍ୟାନ କରାଯାଇଥିବା ନେଇ କୁହାଯାଉଛି। ତେବେ ଏ‌ନେଇ ଆଇସିସି ପକ୍ଷରୁ କିଛି ଆନୁଷ୍ଠାନିକ ଭାବେ କୁହାଯାଇନାହିଁ।ବିବାଦ ଆରମ୍ଭ ହୋଇଥଲା ମୁସ୍ତାଫିଜୁର ରେହେମାନଙ୍କ ଠାରୁ।

ଚଳିତ ବର୍ଷର ଆଇପିଏଲ ପାଇଁ କେକେଆର ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ କିଣିଥିଲା। ହେଲେ ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ଅତ୍ୟାଚାର ବଢ଼ିବା ଦେଖି ମୁସ୍ତାଫିଜୁରଙ୍କୁ ବିଦା କରିବାକୁ ଦାବି କରାଯାଇଥିଲା। IPL ରୁ ବାଂଲା ଖେଳାଳୀ ମୁସ୍ତାଫିଜୁର ରେହେମାନଙ୍କୁ ବାଦ ଦେବା ପରେ ଭାରତରେ ବିଶ୍ଵକପ ମ୍ୟାଚ୍ ନ ଖେଳିବା ନେଇ ଆଇସିସିକୁ ଜଣେଇ ଥିଲା ବାଂଲାଦେଶ। ହେଲେ ଏବେ ବାଂଲାଦେଶର ଅନୁରୋଧକୁ ICC ପ୍ରତ୍ୟାଖାନ କରିଛି।

Leave A Reply

Your email address will not be published.