thelifelinemedia
Latest Odisha News, Breaking News Today

VB_G _RAM_G_ବିଲ୍‌ର ଲକ୍ଷ୍ୟ ବିକଶିତ ଭାରତ:ବିରୋଧୀ କେବଳ ଅପପ୍ରଚାର କରୁଛନ୍ତି

୨୦୦୯ ପରଠାରୁ ଯୋଜନା ନାଁ MGNREG ହୋଇଥିଲା। ମହାତ୍ମା ଗାନ୍ଧୀଙ୍କ ନାଁ ଯୋଡ଼ିଲେ ସିନା, କିନ୍ତୁ ସେପରି ସଫଳତା ମିଳିଲାନି

ଭୁବନେଶ୍ୱର:ବିଜେପି ପାର୍ଟି ଅଫିସ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ପ୍ରେସମିଟ୍ କରିଛନ୍ତି। VB G RAM G ବିଲ୍‌ର ଉପକାରିତା ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ।ବିରୋଧୀ କେବଳ ଅପପ୍ରଚାର କରୁଛନ୍ତି, ଆଉ କିଛି ନୁହେଁ ବୋଲି ମୂଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି।VB G RAM G ବିଲ୍‌ର ଲକ୍ଷ୍ୟ ହେଉଛି ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ। ପୂର୍ବରୁ ଲାଗୁ ହେଉଥିବା ଯୋଜନା ଗରିବଙ୍କ ପାଖରେ ପହଞ୍ଚୁ ନଥିଲା।

୨୦୦୯ରେ ଏହି ଯୋଜନାରେ ମହାତ୍ମା ଗାନ୍ଧୀଙ୍କ ନାମ ଯୋଡ଼ା ଯାଇଥିଲା। ୨୦୦୯ ପରଠାରୁ ଯୋଜନା ନାଁ MGNREG ହୋଇଥିଲା। ମହାତ୍ମା ଗାନ୍ଧୀଙ୍କ ନାଁ ଯୋଡ଼ିଲେ ସିନା, କିନ୍ତୁ ସେପରି ସଫଳତା ମିଳିଲାନି। ସରକାର ଏହାକୁ ଗୁରୁତର ସହ ନେଇ VB G RAM G ଆଇନ ଆଣିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.