thelifelinemedia
Latest Odisha News, Breaking News Today

ପ୍ରମିଳାଙ୍କ ଘରେ ମେଳିକୁ ନେଇ ତେଜିଛି ବିଜେଡ଼ି ରାଜନୀତି:ଯାଜପୁରରେ ଠିକ୍ ନାହିଁ କି ବିଜେଡ଼ି ସଙ୍ଗଠନ

ଭୁବନେଶ୍ୱର: ପ୍ରମିଳାଙ୍କ ଘରେ ମେଳିକୁ ନେଇ ତେଜିଛି ବିଜେଡ଼ି ରାଜନୀତି। ଯାଜପୁରିଆ ନେତାଙ୍କ ବୈଠକକୁ ନେଇ ହଇଚଇ ରାଜ୍ୟ ରାଜନୀତି। ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ବାସଭବନରେ ମେଳି କରିଥିଲେ ଯାଜପୁର ନେତା। କୁହାଯାଉଛି ଯାଜପୁରରେ ବିଜେଡ଼ି ସଙ୍ଗଠନ ଠିକ୍ ନାହିଁ, ତେଣୁ ତକୁ ଆଖି ଆଗରେ ରଖି ଯାଜପୁର ନେତା ମେଳି ବାନ୍ଧିଛନ୍ତି ବୋଳି ଚର୍ଚ୍ଚା ହେଉଛି।

ଅନ୍ୟପଟେ ଖସୁଛି ବବିଙ୍କ ପତିଆରା । ବବି-ଡାନି କଥା କଟାକଟି । ଦିନ ଥିଲା ବବି ଓରଫ ପ୍ରଣବ ପ୍ରକାଶ ଦାସଙ୍କ ପଛ ଛାଡୁନଥିଲେ ନେତା । ଏବେ କିନ୍ତୁ ବବିଙ୍କୁ ନେତା ବୋଲି ଆଉ ମାନିବାକୁ ନାରାଜ । ଗତକାଲି କୋରେଇ ସଭା ମଞ୍ଚରୁ ବିଜେଡି ନେତାଙ୍କ ଭିତରେ ଅସୂୟା ଭାବ ଥିବା ବୟାନ ଦେବା ପରେ ବବିଙ୍କୁ ନେଇ ଦଳରେ ଅସନ୍ତୋଷ ବଢିଛି । ଏଣେ ବରିଷ୍ଠ ନେତ୍ରୀଙ୍କ ସଫେଇ ଯାଜପୁରରେ ଦଳ ଏକ ଓ ସଂଗଠିତ ଅଛି । ହେଲେ ବିଜେଡିରେ କିଛି ଠିକ୍ ନାହିଁ ବୋଲି ଜଲଜଳ ଦିଶୁଛି।

Leave A Reply

Your email address will not be published.