ସରକାର ମିଲର୍ସ ବୈଠକ ବିଫଳ: ଧାନ କେମିତି ବିକିବ ଚାଷୀ,ଜାରି ରହିବ ମିଲର୍ସ ଆସୋସିଏସନ୍ ଆନ୍ଦୋଳନ
ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ନଦେବା ଯାଏଁ ଆନ୍ଦୋଳନ କରିବୁ ବୋଲି କହିଛନ୍ତି ।ରାଜ୍ୟର ସବୁ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ବନ୍ଦ ରଖିବୁ
ଭୁବନେଶ୍ୱର: ସରକାରଙ୍କ ସହ ମିଲର୍ସ ଆସୋସିଏସନର ବୈଠକ ବିଫଳ ହୋଇଛି। ଦାବି ପୂରଣ ନ ହେବାରୁ ଜାରି ରହିବ ମିଲର୍ସ ଆସୋସିଏସନ୍ ଆନ୍ଦୋଳନ। ଅଲ୍ ଓଡିଶା ରାଇସ ମିଲର୍ସ ଆସୋସିଏସନ୍ ସଭାପତି, ସମ୍ପାଦକ ଆନ୍ଦୋଳନ ଜାରି ରହିବ ନେଇ ସୂଚନା ଦେଇଛନ୍ତି । ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ନଦେବା ଯାଏଁ ଆନ୍ଦୋଳନ କରିବୁ ବୋଲି କହିଛନ୍ତି ।ରାଜ୍ୟର ସବୁ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ବନ୍ଦ ରଖିବୁ। ବିଭିନ୍ନ ଦାବି ନେଇ ଯୋଗାଣ ବିଭାଗ ଏମଡିଙ୍କ ସହ ବୈଠକ ବସିଥିଲା। ହେଲେ ବୈଠକ ବିଫଳ ହୋଇଛି
ସୂଚନା ଯୋଗ୍ୟ, ଖରିଫ ଧାନ ସଂଗ୍ରହ ପାଇଁ ମଣ୍ଡି ବ୍ୟବସ୍ଥା କରିଛନ୍ତି। ହେଲେ ରାଜ୍ୟର ବିଭିନ୍ନ ମଣ୍ଡିରେ ଅବ୍ୟବସ୍ଥା ଯୋଗୁଁ ଚାଷୀ ହଇରାଣ ହେଉଛନ୍ତି। ମିଲର୍ସ ଓ ସରକାରଙ୍କ ଭିତରେ ସମନ୍ଵୟ ଅଭାବରୁ ଚାଷୀ ମାନେ ହଇରାଣ ହେଉଛନ୍ତି।