ଭେନେଜୁଏଲା ଉପରେ ଆମେରିକାର ନିୟନ୍ତ୍ରଣ: ଏୟାରଷ୍ଟ୍ରାଇକରେ 40 ମୃତ, ଅନ୍ୟପଟେ ଭାରତକୁ ନାଲି ଆଖି ଦେଖାଇଲା ଆମେରିକା
ବ୍ୟୁରୋ: ଆମେରିକା ହମ୍ଲାରେ ଭେନେଜୁଏଲାରେ ୪୦ ରୁ ଅଧିକ ମୃତ।ଆମେରିକାର ଏୟାର ଷ୍ଟ୍ରାଇକରେ ଭେନେଜୁଏଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରଥମ ଥର ସ୍ପଷ୍ଟ କଲା ଭେନେଜୁଏଲା। ମୃତ ୪୦ ଜଣଙ୍କ ମଧ୍ୟରେ ସେନା ଅଧିକାରୀ ଓ ସାଧାରଣ ନାଗରିକ ଅଛନ୍ତି। ଆଜି ଆମେରିକୀୟ କୋର୍ଟରେ ହାଜର ହେବେ ଭେନେଜୁଏଲା ରାଷ୍ଟ୍ରପତି ମାଦୁରୋ। ଡ୍ରଗ୍ ଟ୍ରାଫିକିଂ ଓ ନାର୍କୋ ଆତଙ୍କବାଦ ଷଡ଼ଯନ୍ତ୍ରରେ ମାମଲା ଚାଲିବ।ଅନ୍ୟପଟେ
ଭାରତକୁ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ପୁଣି ଭାରତକୁ ଟାରିଫ୍ ଭୟ ଦେଖାଇଲେ ଡୋନାଲ୍ଡ ଟ୍ରମ୍ପ। ଭାରତ ରୁଷୀୟ ତୈଳ କିଣିବା ନେଇ ଦେଲେ ଚେତାବନୀ। ମୋଦି ଜଣେ ଭଲ ବ୍ୟକ୍ତି, କିନ୍ତୁ ସେ ଜାଣିଛନ୍ତି ମୁଁ ଖୁସି ନୁହେଁ। ମୋତେ ଖୁସି କରିବା ସବୁଠୁ ଗୁରୁତ୍ବପୂର୍ଣ୍ଣ ବୋଲି ଟ୍ରମ୍ପ କହିଛନ୍ତି।ସେମାନେ ବାଣିଜ୍ୟ କରନ୍ତୁ, ମୁଁ ସେମାନଙ୍କ ଉପରେ ଟାରିଫ୍ ବଢ଼ାଇବି ବୋଲି କହିଛନ୍ତି।