ପରାମର୍ଶ ପରେ ନୂଆ ଦଳ ଚିନ୍ତା: ମୋକିମଙ୍କ ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା
ସମସ୍ତଙ୍କ ସହ ଆଲୋଚନା, ପରାମର୍ଶ ପରେ ନୂଆ ଦଳ ଗଢ଼ିବା ଚିନ୍ତା କରାଯିବ ବୋଲି କଟକ ବାରବାଟୀ ପୂର୍ବତନ ବିଧାୟକ ମହମ୍ମଦ ମୋକିମ
ଯାଜପୁର: ରସୁଲପୁର ବ୍ଲକ୍ କୁଆଖିଆରେ ବନ୍ଧୁମିଳନ ପରେ ମୋକିମଙ୍କ ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା। କହିଲେ, କଂଗ୍ରେସରେ ଅନେକ ନେତା ଓ କର୍ମୀ ଅବହେଳିତ ଥିବା ଅନୁଭବ ହୋଇଛି। ବିଜେଡିର ଅନେକ ନେତୃତ୍ୱ ମଧ୍ୟ ଏହି ଭଳି ସ୍ଥିତିରେ ଅଛନ୍ତି। ବିଜୟ ମହାପାତ୍ରଙ୍କଠୁ ଆରମ୍ଭ କରି ଅନେକ ପୁରୁଖାଙ୍କ ସହ ଆଲୋଚନା ଚାଲିଛି। ସମସ୍ତଙ୍କ ସହ ଆଲୋଚନା, ପରାମର୍ଶ ପରେ ନୂଆ ଦଳ ଗଢ଼ିବା ଚିନ୍ତା କରାଯିବ ବୋଲି କଟକ ବାରବାଟୀ ପୂର୍ବତନ ବିଧାୟକ ମହମ୍ମଦ ମୋକିମ।
ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆ ସତ୍ସଙ୍ଗ ବିହାର ପରିସରରେ ଏକ ବନ୍ଧୁମିଳନ ଉତ୍ସବରେ ଆୟୋଜନ ହୋଇଥିଲା। ଯେଉଁଥିରେ ସାମିଲ୍ ହୋଇଥିଲେ । ବନ୍ଧୁମିଳନ ନାଁରେ ନିଜ ଆନୁଗତ୍ୟମାନଙ୍କୁ ଏକାଠି କରିବାକୁ ଏନେଇ ରାଜନୈତିକ ଉଷ୍ମତା ଦେଖାଦେଇଛି। ମୋକିମ ନିଜର ବିବାଦୀୟ ମନ୍ତବ୍ୟ ପାଇଁ କଂଗ୍ରେସ ତାଙ୍କୁ ଦଳରୁ ବହିସ୍କାର କରିଛି। ଆଉ ଏଭଳି ସ୍ଥାଇଟିରେ ମୋକିମଙ୍କ ଏ ବୈଠକ ଏକ ନୂଆ ସମୀକରଣ ନେଇ ଚର୍ଚ୍ଚା ସୃଷ୍ଟି କରିଛି।