thelifelinemedia
Latest Odisha News, Breaking News Today

ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ରୁଦ୍ଧ ଦ୍ଵାର ବୈଠକ: ସାମିଲ ହେଲେ କଂଗ୍ରେସର ପୁରୁଖା ନେତା, ନୂଆ ସମୀକରଣ ନେଇ ବଢ଼ିଲା ଚର୍ଚ୍ଚା 

ବନ୍ଧୁମିଳନ କାର୍ଯ୍ୟକ୍ରମରେ କଂଗ୍ରେସର ଅନେକ ଆଗ ଧାଡ଼ିର ନେତା ଓ କର୍ମୀ ସାମିଲ,ଏକ ନୂଆ ଆଞ୍ଚଳିକ ଦଳ ଗଢ଼ି ପାରନ୍ତି ବୋଲି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଏହି ବୈଠକ

ଧର୍ମଶାଳା:କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ରୁଦ୍ଧ ଦ୍ଵାର ବୈଠକକୁ ନେଇ ଜୋର୍ ଧରିଛି ଚର୍ଚ୍ଚା। ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆ ସତ୍‌ସଙ୍ଗ ବିହାର ପରିସରରେ ଏକ ବନ୍ଧୁମିଳନ ଉତ୍ସବରେ ଆୟୋଜନ ହୋଇଥିଲା। ଯେଉଁଥିରେ ସାମିଲ୍ ହୋଇଥିଲେ । ବନ୍ଧୁମିଳନ ନାଁରେ ନିଜ ଆନୁଗତ୍ୟମାନଙ୍କୁ ଏକାଠି କରିବାକୁ ଏନେଇ ରାଜନୈତିକ ଉଷ୍ମତା ଦେଖାଦେଇଛି। ମୋକିମ ନିଜର ବିବାଦୀୟ ମନ୍ତବ୍ୟ ପାଇଁ କଂଗ୍ରେସ ତାଙ୍କୁ ଦଳରୁ ବହିସ୍କାର କରିଛି। ଆଉ ଏଭଳି ସ୍ଥାଇଟିରେ ମୋକିମଙ୍କ ଏ ବୈଠକ ଏକ ନୂଆ ସମୀକରଣ ନେଇ ଚର୍ଚ୍ଚା ସୃଷ୍ଟି କରିଛି।

ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ କଂଗ୍ରେସର ଅନେକ ଆଗ ଧାଡ଼ିର ନେତା ଓ କର୍ମୀ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ଗୋଟିଏ ପଟେ ମୋକିମ ଏକ ନୂଆ ଆଞ୍ଚଳିକ ଦଳ ଗଢ଼ି ପାରନ୍ତି ବୋଲି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଏହି ବୈଠକ। ଏଥିରେ କଂଗ୍ରେସର ଅନେଗୁଡ଼ିଏ। ପୁରୁଖା ନେତା ଯୋଗ ଦେଇଥିଲେ।ବୈଠକରେ ଦଳୀୟ କର୍ମୀଙ୍କ ଭଲପାଇବା ଓ ବିଶ୍ୱସନୀୟତା ପରିଲକ୍ଷିତ ହୋଇଥିଲା।

Leave A Reply

Your email address will not be published.