thelifelinemedia
Latest Odisha News, Breaking News Today

ସାତଭାୟା ବାଲ୍ୟ ବିବାହ: ରିପୋର୍ଟ ତଲବ, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ

ମାସକୁ ଥରେ ଗୋଟିଏ ଘଣ୍ଟା ଡାହାଣୀ ଅନ୍ଧବିଶ୍ବାସ ଥିବା ଅଞ୍ଚଳ ଗସ୍ତ କର। ଯେଉଁଠି ବାଲ୍ୟ ବିବାହ ପ୍ରଥା ରହିଛି, ସେଠାକୁ ଗସ୍ତ କରି ସଚେତନ କର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସାତଭାୟା ବାଲ୍ୟ ବିବାହକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦ୍‌ବେଗ ପ୍ରକାଶ କରିଛନ୍ତି।ଗଣମାଧ୍ୟମ ରିପୋର୍ଟ ଅନୁସାରେ ରିପୋର୍ଟ ମଗାଯାଇଛି କହିଲେ ପ୍ରଭାତୀ ପରିଡ଼ା। ରିପୋର୍ଟ ଆସିବା ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ଆମେ ଅପରାଧ ରୋକିବା, କିନ୍ତୁ ସମାଜର ସହଯୋଗ ଜରୁରୀ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହା ମଧ୍ଯ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଫାଇଲ୍‌ ନିୟମ ନୁହେଁ, ସ୍ଥିତି ଦେଖି କାମ କର। ଡାହାଣୀ ନିର୍ଯାତନା ଓ ବାଲ୍ୟ ବିବାହ ନିବାରଣ କର୍ମଶାଳାରେ ତାଗିଦ କରିଛନ୍ତି ପ୍ରଭାତୀ ପରିଡ଼ା। କର୍ମଶାଳାରେ ଯୋଗ ଦେଇ ତାଗିଦ କଲେ ଉପମୁଖ୍ୟମନ୍ତ୍ରୀ । କର୍ମଶାଳାରେ ଯୋଗ ଦେଇଥିବା କର୍ମଚାରୀଙ୍କୁ ଦେଲେ ପରାମର୍ଶ। ଫାଇଲ୍‌ ନିୟମ ଅନୁସାରେ କାମ ନ କରି ସ୍ଥିତି ଦେଖି କାମ କର ବୋଲି କହିଲେ। ମାସକୁ ଥରେ ଗୋଟିଏ ଘଣ୍ଟା ଡାହାଣୀ ଅନ୍ଧବିଶ୍ବାସ ଥିବା ଅଞ୍ଚଳ ଗସ୍ତ କର। ଯେଉଁଠି ବାଲ୍ୟ ବିବାହ ପ୍ରଥା ରହିଛି, ସେଠାକୁ ଗସ୍ତ କରି ସଚେତନ କର ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.