ମୁଁ ବିଜେଡି ଗଣ୍ଡି ଭିତରେ ନାହିଁ: ସକ୍ରିୟ ରାଜନୀତିରେ ନାହିଁ କହିଲେ ପ୍ରଫୁଲ୍ଲ ଘଡ଼େଇ
ପ୍ରତିଭାବାନ, ଉଚ୍ଚ ଶିକ୍ଷିତ ଯୁବକଯୁବତୀ ଆସିଲେ ଦଳ ମଜଭୁତ ହୁଏ,ସେ ପ୍ରକ୍ରିୟା ଆରମ୍ଭ ହୋଇଛି, କିଛି ଦିନ ପରେ ସ୍ପଷ୍ଟ ଚିତ୍ର ଆସିବ
ଭୁବନେଶ୍ୱର:ବିଜେଡିକୁ ନେଇ ବଡ଼ କଥା କହିଛନ୍ତି ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ। କହିଛନ୍ତି, ସବୁ ଦଳ ପାଇଁ ଯୁବ ପିଢ଼ିର ଆବଶ୍ୟକତା ରହିଛି । ଯେ କୌଣଷି ଦଳ ପାଇଁ ଯୁବ ପିଢ଼ିର ଆବଶ୍ୟକତା ରହିଛି।ପ୍ରତିଭାବାନ, ଉଚ୍ଚ ଶିକ୍ଷିତ ଯୁବକଯୁବତୀ ଆସିଲେ ଦଳ ମଜଭୁତ ହୁଏ ବୋଲି ପ୍ରଫୁଲ୍ଲ କହିଛନ୍ତି। ଆଉ ସେ ପ୍ରକ୍ରିୟା ଆରମ୍ଭ ହୋଇଛି, କିଛି ଦିନ ପରେ ସ୍ପଷ୍ଟ ଚିତ୍ର ଆସିବ।
ଅନ୍ୟପଟେ ନବୀନ ବାବୁଙ୍କ ସହ ଆଲୋଚନା କରିବେ କି ପ୍ରଶ୍ନରେ ପ୍ରଫୁଲ୍ଲ କହିଛନ୍ତି, ମୁଁ କର୍ମକର୍ତ୍ତା ନାହିଁ କି ବିଜେଡିର ଗଣ୍ଡି ଭିତରେ ନାହିଁ’ସକ୍ରିୟ ରାଜନୀତିରେ ମଧ୍ୟ ନାହିଁ କହିଲେ ପ୍ରଫୁଲ୍ଲ ଘଡ଼େଇ। ଏବେ ବିଜେଡ଼ି ରାଜନୀତିକୁ ନେଇ ଉଠୁଛି ପଡୁଛି ଓଡ଼ିଶା। ଯୁବ ଓ ଅସନ୍ତୋଷ ଗୋଷ୍ଠୀ ମେଳି ବାନ୍ଧିବା ବିଜେଡିକୁ ଚର୍ଚ୍ଚାରେ ରଖିଛି।