ବାଂଲାଦେଶରେ ଥମୁନି ହିଂସା
ବାଂଲାଦେଶରେ ଥମୁନି ହିଂସା। ଯୁବନେତା ଶରିଫ ଓସମାନ ବିନ୍ ହାଦୀଙ୍କୁ ହତ୍ୟା କରାଯିବା ପରେ ଦେଶରେ ହିଂସା ଉଗ୍ର ରୂପ ନେଇଥିବାବେଳେ ସୋମବାର ଆଉ ଜଣେ ନେତାଙ୍କୁ ଗୁଳି କରାଯାଇଛି। ସେହି ନେତା ଜଣକ ହେଉଛନ୍ତି ମହମ୍ମଦ ମୋତାଲେବ ସିକ୍ଦାର।
ସେ ବାଂଲାଦେଶ ନେସନାଲ ସିଟିଜନେ ପାର୍ଟି(ବିଏନସିପି)ର ଖୁଲନା ଡିଭିଜନାଲ ମୁଖ୍ୟ। ତାଙ୍କ ମୁଣ୍ଡରେ ଗୁଳି ବାଜିଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଖୁଲନା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବାଂଲାଦେଶର ସୋନାଦଙ୍ଗା ଅଞ୍ଚଳର ଶେକପଡ଼ା ପଲ୍ଲୀରେ ୪୨ ବର୍ଷୀୟ ସିକ୍ଦାର ରୁହନ୍ତି। ସେ ଦଳର ଶ୍ରମିକ ଶାଖାର କେନ୍ଦ୍ରୀୟ ସଂଗଠକ।