thelifelinemedia
Latest Odisha News, Breaking News Today

କୋଟିଆରୁ ଆନ୍ଧ୍ର ପ୍ରଦେଶକୁ ତାଗିଦ କଲେ ରାଜସ୍ୱ ମନ୍ତ୍ରୀ: ମାଉସୀ ହୋଇ ମା ହେବାକୁ ପଡ଼ୋଶୀ ଚେଷ୍ଟା ନ କରୁ

ମାଉସୀ ହୋଇ ମା ହେବାକୁ ପଡ଼ୋଶୀ ଚେଷ୍ଟା ନ କରୁ।ମାଉସୀ କେବେ ମା ହୋଇପାରିବ ନାହିଁ; ଓଡ଼ିଶା ଏକ୍‌, କୋଟିଆ ଏକ୍'

କୋରାପୁଟ: କୋରାପୁଟ କୋଟିଆରେ ପହଞ୍ଚି ଆନ୍ଧ୍ରକୁ ତାଗିଦ କଲେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ଆନ୍ଧ୍ରର କୋଟିଆ ପ୍ରୀତିକୁ ସମାଲୋଚନା କରିବା ସହିତ ଆନ୍ଧ୍ର ଅଧିକାରୀଙ୍କୁ ୱର୍ଣିଂ ଦେଇଛନ୍ତି। କହିଛନ୍ତି, ମାଉସୀ ହୋଇ ମା ହେବାକୁ ପଡ଼ୋଶୀ ଚେଷ୍ଟା ନ କରୁ।ମାଉସୀ କେବେ ମା ହୋଇପାରିବ ନାହିଁ; ଓଡ଼ିଶା ଏକ୍‌, କୋଟିଆ ଏକ୍’

ସୂଚନା ଅନୁସାରେ, ଆନ୍ଧ୍ର ପକ୍ଷରୁ ବିବାଦୀୟ ୨୧ ଖଣ୍ଡ ଗାଁ ଗୁଡ଼ିକରେ ପ୍ରତ୍ୟେକ ୨୦ ଘରକୁ ଗୋଟିଏ ଗୋଟିଏ ଏଜେଣ୍ଟ ନିଯୁକ୍ତି ଦିଆଯାଇଛି । ଏଜେଣ୍ଟଙ୍କ କାମ ହେଲା, ୨୦ଟି ପରିବାର ପାଖରେ କିପରି ଆନ୍ଧ୍ର ଯୋଜନା ପହଞ୍ଚିବ ଏବଂ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ସେମାନେ ବୁଝିବେ। ଏହାକୁ ନେଇ ଆନ୍ଧ୍ର ଚକ୍ରାନ୍ତରୁ କୋଟିଆ କୁ ସମ୍ପୁର୍ଣ୍ଣ ରୁପେ ସୁରକ୍ଷା ପ୍ରଦାନ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେବିଭିନ୍ନ ସମୟରୁ ଦାବି ହେଉଆସୁଛି।

Leave A Reply

Your email address will not be published.