thelifelinemedia
Latest Odisha News, Breaking News Today

ବିଜେଡିରେ ପତିଆରା ଲଢ଼େଇ :ନୂଆବର୍ଷ ପୂର୍ବରୁ ମେଳି ବାନ୍ଧିଲେ ବିଜେଡିର ପରାଜିତ ଓ ଅସନ୍ତୁଷ୍ଟ ନେତା

ବିଜେଡି ନେତା ମେଳି ବାନ୍ଧିବା କିଛି ନୂଆ କଥା ନୁହେଁ । ପୂର୍ବରୁ ନିର୍ବାଚନରେ ପରାଜୟ ପରେ ବିଜେଡ଼ି ଯୁବ ନେତୃତ୍ବ ଓ ଅସନ୍ତୁଷ୍ଟ ଗୋଷ୍ଠୀ ମେଳି ବାନ୍ଧିଥିଲେ

ଭୁବନେଶ୍ୱର:ନୂଆବର୍ଷ ପୂର୍ବରୁ ମେଳି ବାନ୍ଧିଲେ ବିଜେଡିର ପରାଜିତ ଓ ଅସନ୍ତୁଷ୍ଟ ନେତା। ଯାହାକୁ ନେଇ ଚଳ ଚଞ୍ଚଳ ବିଜେଡି ଶିବିର। ବନ୍ଧୁ ମିଳନ କାର୍ଯ୍ୟକ୍ରମ ନାଁରେ ଭୁବନେଶ୍ବର ଉପକଣ୍ଠରେ ଏକାଠି ହେଲେ ବିଜେଡ଼ି ନେତା।ଦେବାଶିଷ ସାମନ୍ତରାୟ, ପ୍ରୀତିରଞ୍ଜନ ଘଡ଼େଇ, ରାଜେନ୍ଦ୍ର ସାହୁ ଉପସ୍ଥିତ। ସେହିପରି ଚନ୍ଦ୍ରସାରଥୀ ବେହେରା, ସମ୍ବିତ ରାଉତରାୟ, ଲତିକା ପ୍ରଧାନ, ପ୍ରଭୁ ଜାନୀ ଉପସ୍ଥିତ।ସଞ୍ଜୟ ଦାସବର୍ମା ଓ ମହିଧର ରଣା ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।ଯୁବ ନେତୃତ୍ବଙ୍କୁ ନେଇ ନୂଆ ସମୀକରଣ ଆରମ୍ଭ ହେବ କହିଲେ ପ୍ରଭୁ ଜାନୀ। ଆଲୋଚନା ଦ୍ବାରା ସଂଗଠନ ଆହୁରି ସୁଦୃଢ଼ ହେବ କହିଲେ ମହିଧର ରଣା।

ବିଜେଡି ନେତା ମେଳି ବାନ୍ଧିବା କିଛି ନୂଆ କଥା ନୁହେଁ । ପୂର୍ବରୁ ନିର୍ବାଚନରେ ପରାଜୟ ପରେ ବିଜେଡ଼ି ଯୁବ ନେତୃତ୍ବ ଓ ଅସନ୍ତୁଷ୍ଟ ଗୋଷ୍ଠୀ ମେଳି ବାନ୍ଧିଥିଲେ। ଯାହାକୁ ନେଇ ସେତେବେଳେ ତେଜିଥିଲା ବିଜେଡି ରାଜନୀତି। ଏବେ ପୁଣି ଥରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବାହାନାରେ ବିଜେଡିର ଏ ମେଳି ଆଗକୁ କେଉଁ ରୂପ ନେବ ତାହା ସମୟ କହିବ।

Leave A Reply

Your email address will not be published.