thelifelinemedia
Latest Odisha News, Breaking News Today

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଜିତିଲା ଭାରତ:୩-୧ରେ କବଜା କରିଛି ସୂର୍ଯ୍ୟବାହିନୀ, ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ୨୫ ବଲରେ ବିସ୍ଫୋରକ ୬୩ ରନର ଇନିଂସ

ଉଭୟ ବ୍ୟାଟିଂ ଓ ବୋଲିଂରେ ଭାରତ ଭଲ ପ୍ରଦର୍ଶନ କରି ୫ମ୍ୟାଚ୍‌ ବିଶିଷ୍ଟ ଟି୨୦ ଅନ୍ତର୍ଜାତୀୟ ସିରିଜ୍‌ର ପଞ୍ଚମ ତଥା ଅନ୍ତିମ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଭାରତ ୩୦ ରନ୍‌ରେ ପରାସ୍ତ କରିଛି

ଅହମଦାବାଦ:ଦକ୍ଷିଣ ଆଫ୍ରିକା ବିପକ୍ଷ ଟି 20 ସିରିଜକୁ ୩-୧ରେ କବଜା କରିଛି ସୂର୍ଯ୍ୟବାହିନୀ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୨୩୧ ରନ କରିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ବିଶାଳ ସ୍କୋର କରିବାକୁ ସକ୍ଷମ ହୋଇଥିଲା ଭାରତ । ହାର୍ଦ୍ଧିକ ପାଣ୍ଡ୍ୟା ୨୫ ବଲରେ ବିସ୍ଫୋରକ ୬୩ ରନର ଇନିଂସ ଖେଳିଥିଲେ ।ଭାରତୀୟ ଯୁବ ବ୍ୟାଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଲକ ବର୍ମା ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେହିପରି ବରୁଣ ଚକ୍ରବର୍ତ୍ତୀ ଓ ଯଶପ୍ରୀତ ବୁମରାଙ୍କ ସମେତ ପ୍ରଶଂସନୀୟ ବୋଲିଂ କରିଛନ୍ତି। ଉଭୟ ବ୍ୟାଟିଂ ଓ ବୋଲିଂରେ ଭାରତ ଭଲ ପ୍ରଦର୍ଶନ କରି ୫ମ୍ୟାଚ୍‌ ବିଶିଷ୍ଟ ଟି୨୦ ଅନ୍ତର୍ଜାତୀୟ ସିରିଜ୍‌ର ପଞ୍ଚମ ତଥା ଅନ୍ତିମ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଭାରତ ୩୦ ରନ୍‌ରେ ପରାସ୍ତ କରିଛି।

ଦକ୍ଷିଣ ଆଫ୍ରିକା ପାଇଁ କ୍ବିଣ୍ଟନ୍‌ ଡି’ କକ୍‌ ଓ ରିଜା ହେଣ୍ଡ୍ରିଜ୍‌ ଭଲ ଆରମ୍ଭ କରିଥିଲେ। ପ୍ରଥମ ୱିକେଟ୍‌ ପାଇଁ ୬୯ ରନ୍‌ ସଂଗ୍ରହ କରିଥିଲେ। ଦଳ ଦ୍ବିତୀୟ ୱିକେଟ ପାଇଁ ମଧ୍ୟ ୫୧ ରନ୍‌ ସଂଗ୍ରହ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ‌ଅନ୍ୟ ଖେଳାଳିମାନେ ସୂଚାରୁ ରୂପେ ଦାୟିତ୍ବ ତୁଲାଇ ପାରି ନଥିଲେ।

Leave A Reply

Your email address will not be published.