thelifelinemedia
Latest Odisha News, Breaking News Today

ଅଭିଭାବକ ଓ ଶିକ୍ଷକଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ:ପିଲା ନିଅନ୍ତୁ ନିଜ ଭବିଷ୍ୟତ ନିଷ୍ପତ୍ତି, କ୍ୟାରିୟର ବାଛିବାର ନିଷ୍ପତ୍ତି ରହୁ ପିଲାଙ୍କ ପାଖରେ

କେବଳ ଲକ୍ଷ୍ୟ ସରକାରୀ ଚାକିରୀରେ ସୀମିତ ନ ରହୁ। ଅନ୍ୟ କ୍ଷେତ୍ରରେ ମଧ୍ୟ ପିଲା ପାରଙ୍ଗମ ହେଉ,କୋହଲି ଓ ମେସିଙ୍କ ଉଦାହରଣ ଦେଇ ପିଲାଙ୍କୁ ବୁଝାଇଲେ

ଭୁବନେଶ୍ୱର: ଡ଼ାକ୍ତର ଇଞ୍ଜିନିୟର ହେବାକୁ ପିଲାଙ୍କ ଉପରେ ନ ରହୁ ମାନସିକ ଚାପ। ସ୍ୱାଧୀନତାରେ ନିଷ୍ପତ୍ତି ନେବାକୁ ସେମାନଙ୍କୁ ସୁଜୋଗ ଦିଆଯାଉ। କିଛି ଏଇଭଳି ଅଭିଭାବକ ଓ ଶିକ୍ଷକଙ୍କୁ ପରାମର୍ଶ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କୋହଲି ଓ ମେସିଙ୍କ ଉଦାହରଣ ଦେଇ ପିଲାଙ୍କୁ ବୁଝାଇଲେ। ଅବସର ଥିଲା ବ୍ରହ୍ମପୁର ନୀଳକଣ୍ଠନଗର ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ। ଯେଉଁଠି ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ପିଲାଙ୍କ ଗହଣରେ ମୂଲ୍ୟବାନ ସମୟ କଟାଇବା ସହ ଭବିଷ୍ୟତରେ ସଫଳ ହେବା ପାଇଁ ପିଲାଙ୍କୁ ଦେଇଥିଲେ ଗୁରୁମନ୍ତ୍ର। ପିଲାଙ୍କ ହାତରେ ଭବିଷ୍ୟତ ନିର୍ଦ୍ଧାରଣ କରିବାର ନିଷ୍ପତ୍ତି ରହୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ପିଲା କଣ ହେବାକୁ ଚାହୁଁଚି ତାହା ଜାଣିବା ନିହାତି ଦରକାର। କେବଳ ଲକ୍ଷ୍ୟ ସରକାରୀ ଚାକିରୀରେ ସୀମିତ ନ ରହୁ। ଅନ୍ୟ କ୍ଷେତ୍ରରେ ମଧ୍ୟ ପିଲା ପାରଙ୍ଗମ ହେଉ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ

Leave A Reply

Your email address will not be published.