thelifelinemedia
Latest Odisha News, Breaking News Today

ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ସଂଗମ କୁମାର ସାହୁଙ୍କୁ ପଦୋନ୍ନତି ସୁପାରିସ୍‌

ପାଟ୍‌ନା ହାଇକୋର୍ଟ ମୁଖ୍ୟ ବିଚାରପତି ପଦ ପାଇଁ ଜଷ୍ଟିସ୍‌ ସଂଗମଙ୍କ ନାଁ ସୁପାରିସ୍‌ ହୋଇଛି। ଆଜିର ବୈଠକରେ ନାମ ସୁପାରିସ୍‌ କଲେ ସୁପ୍ରିମକୋର୍ଟ କଲେଜିଅମ୍‌

କଟକ:ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ସଂଗମ କୁମାର ସାହୁଙ୍କୁ ପଦୋନ୍ନତି ସୁପାରିସ୍‌। ପାଟ୍‌ନା ହାଇକୋର୍ଟ ମୁଖ୍ୟ ବିଚାରପତି ପଦ ପାଇଁ ଜଷ୍ଟିସ୍‌ ସଂଗମଙ୍କ ନାଁ ସୁପାରିସ୍‌ ହୋଇଛି। ଆଜିର ବୈଠକରେ ନାମ ସୁପାରିସ୍‌ କଲେ ସୁପ୍ରିମକୋର୍ଟ କଲେଜିଅମ୍‌।

ସେହିପରି ଆଉ ୪ ବିଚାରପତିଙ୍କୁ ମଧ୍ୟ ମୁଖ୍ୟ ବିଚାରପତି ପଦ ପାଇଁ ସୁପାରିସ୍‌ ହୋଇଛି।ଉତ୍ତରାଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ପଦ ପାଇଁ ଜଷ୍ଟିସ ମନୋଜ କୁମାର ଗୁପ୍ତା।ମେଘାଳୟ ମୁଖ୍ୟ ବିଚାରପତି ପଦ ପାଇଁ ଜଷ୍ଟିସ ରେବତୀ ପି. ମୋହିତେ ଡେରେ। ସେହିପରି ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ପଦ ପାଇଁ ଜଷ୍ଟିସ୍‌ ଏମ୍‌ଏସ୍‌ ସୋନାକ।ସିକ୍କିମ ହାଇକୋର୍ଟ ମୁଖ୍ୟ ବିଚାରପତି ପଦ ପାଇଁ ଏ. ମହମ୍ମଦ ମୁସ୍ତାକ୍‌ ଙ୍କ ନାମ ସୁପାରିସ ହୋଇଛି।

Leave A Reply

Your email address will not be published.