ଆସନ୍ତାକାଲିଠାରୁ ଭୁବନେଶ୍ୱରେ ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ: ଐତିହାସିକ କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଶେଷ
ଓଡ଼ିଶାର ଏଆଇ ଦୃଷ୍ଟିକୋଣ, ନୀତି ନିର୍ଦ୍ଦେଶ ଏବଂ ବାସ୍ତବ ଦୁନିଆର ଏଆଇ କାର୍ଯ୍ୟକାରିତାର ଏକ ବର୍ଦ୍ଧିତ ପରିସର ସମ୍ପର୍କରେ ଆଲୋକପାତ
ଭୁବନେଶ୍ୱର: ଏଆଇ ଇତିହାସରେ ଓଡିଶା ନୂଆ ପରିଚୟ ସୃଷ୍ଟି କରିବାକୁ ଯାଉଛି। ଓଡିଶାରେ ଅନୁଷ୍ଠିତ ହେବ ଏଆଇ ପ୍ରଭାବ ସମ୍ମିଳନୀ ଆସନ୍ତାକାଲିଠାରୁ ଡିସେମ୍ବର ୨୦ ପର୍ଯ୍ୟନ୍ତ ଭୁବନେଶ୍ୱରେ ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ଐତିହାସିକ କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଆଜି ଓଡ଼ିଶା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଶାସନ ଏବଂ ପ୍ରମୁଖ ସାର୍ବଜନୀନ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇକୁ ଗ୍ରହଣ କରିବା ଏବଂ ନିୟୋଜିତ କରିବାରେ ଏହା ଓଡ଼ିଶାକୁ ଦେଶର ଅଗ୍ରଣୀ ରାଜ୍ୟ ମଧ୍ୟରେ ସ୍ଥାନିତ କରିବ। ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀ ଇଣ୍ଡିଆ ଏଆଇ ପ୍ରଭାବ ସମ୍ମିଳନୀ ୨୦୨୬ର ଏକ ପ୍ରାକ୍ କାର୍ଯ୍ୟକ୍ରମ ସାବ୍ୟସ୍ତ ହେବ।
ଏହି ସମ୍ମିଳନୀ ସମ୍ପର୍କରେ ସୂଚନା ଦେବା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ଏଆଇ ଦୃଷ୍ଟିକୋଣ, ନୀତି ନିର୍ଦ୍ଦେଶ ଏବଂ ବାସ୍ତବ ଦୁନିଆର ଏଆଇ କାର୍ଯ୍ୟକାରିତାର ଏକ ବର୍ଦ୍ଧିତ ପରିସର ସମ୍ପର୍କରେ ଆଲୋକପାତ କରାଯାଇଥିଲା। ସମ୍ମିଳନୀ ସମ୍ପର୍କରେ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ଓଡ଼ିଶା ପ୍ରଯୁକ୍ତିବିଦ୍ୟା ପରିଚାଳିତ ବିକାଶ ପାଇଁ ଭବିଷ୍ୟତ ଉନ୍ମୁଖି ଆଭିମୁଖ୍ୟ ଗ୍ରହଣ କରୁଛି ।