କିସ୍ ଛାତ୍ର ହତ୍ୟା ଘଟଣା: ସିପି କହିଲେ ବଡ଼ କଥା, ଆରମ୍ଭ ହେଲା ବଡ଼ କାର୍ଯ୍ୟନୁଷ୍ଠାନ
ଅବହେଳା ପାଇଁ କିସ୍ର ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏଥି ମଧ୍ୟରେ ଜଣେ ଅତିରିକ୍ତ ସିଇଓ, ଟିଜିଟି, ସହକାରୀ ଶିକ୍ଷକ ଗିରଫ ହୋଇଛନ୍ତି
ଭୁବନେଶ୍ୱର:କିସ୍ରେ ଛାତ୍ରକୁ ହତ୍ୟା କରାଯାଇଛି ସ୍ପଷ୍ଟ କଲେ ପୋଲିସ କମିଶନର। ପ୍ରେସମିଟ୍ରେ ସ୍ପଷ୍ଟ କଲେ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ। ଜୋକର ଗ୍ୟାଙ୍ଗ’ କରି କିଛି ଛାତ୍ର ତଣ୍ଟି ଚିପି ମାରିଛନ୍ତି ପୋଷ୍ଟମର୍ଟମ ରିପୋର୍ଟରୁ ବେକ ଚାପି ହତ୍ୟାର ପ୍ରମାଣ ମିଳିଛି।କିସ୍ କର୍ତ୍ତୃପକ୍ଷ ହୃଦଘାତରେ ମୃତ୍ୟୁ ବୋଲି ମିଛ କହି ମୃତଦେହ ଦେଇଛନ୍ତି।ଏନେଇ ମଧ୍ୟ ସ୍ଥାନୀୟ ପୋଲିସକୁ କିସ୍ କର୍ତ୍ତୃପକ୍ଷ ଅବଗତ କରି ନାହାନ୍ତି।
ଅବହେଳା ପାଇଁ କିସ୍ର ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏଥି ମଧ୍ୟରେ ଜଣେ ଅତିରିକ୍ତ ସିଇଓ, ଟିଜିଟି, ସହକାରୀ ଶିକ୍ଷକ ଗିରଫ ହୋଇଛନ୍ତି। କେନ୍ଦୁଝର ଟାଉନ ଥାନାରେ ଜିରୋ ଏଫ୍ଆଇଆର୍ ହୋଇଥିଲା।ଏହା ପରେ ମାମଲା ସ୍ଥାନୀୟ ଥାନାକୁ ଆସିଲା ପରେ ତଦନ୍ତ କରି ଧରିଲୁ। ବିନା ପୋଷ୍ଟମର୍ଟମରେ କିମ୍ସ କିପରି ମୃତଦେହ ଦେଲା ତଦନ୍ତ ଚାଲିଛି ବୋଲି କହିଛନ୍ତି ପୋଲିସ କମିଶନର।