ସୁଦାନରୁ ଫେରିଲେ ଆଦର୍ଶ: ବଖାଣିଲେ ଯନ୍ତ୍ରଣାଦାୟକ ମୁହୂର୍ତ୍ତର ଅନୁଭୂତି, ସୁଦାନ ଗୃହ ଯୁଦ୍ଧରେ ଫସିଥିଲେ ଓଡିଆ ଯୁବକ
ଆଦର୍ଶ ଫେରିବା ନେଇ କେନ୍ଦ୍ରକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସରକାରଙ୍କୁ ଦେଲେ ଧନ୍ୟବାଦ
ଭୁବନେଶ୍ଵର:ଭୁବନେଶ୍ୱରରେ ପହଞ୍ଚିଲେ ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ ପୁଅ। ଜଗତସିଂହପୁର ଜିଲ୍ଲା କୋଟକଣା ଗାଁର ଆଦର୍ଶ ବେହେରା ଫେରିଲେ। ବିମାନବନ୍ଦରରେ ପହଞ୍ଚି ଭାବବିହ୍ୱଳ ହେଲେ ଆଦର୍ଶ।ବିଦ୍ରୋହୀ ଆତଙ୍କୀ ସଂଗଠନ RSF ଅପହରଣ କରିନେଇଥିଲା।ଫେରିବା ପରେ ନିଜ ଯନ୍ତ୍ରଣା ବଖାଣିଲେ ଆଦର୍ଶ ବେହେରା। କହିଲେ, ଅପହରଣ ବେଳେ ବହୁତ ମାଡ଼ ମାରିଥିଲେ। ୨,୩ ଦିନ ଜଙ୍ଗଲ ପରେ ଜେଲ୍ରେ ରଖିଥିଲେ। ନିଜ ପୁଅକୁ ଦେଖି ଭାବବିହ୍ୱଳ ହୋଇପଡ଼ିଲେ ଆଦର୍ଶ ।
ଅନ୍ୟପଟେ ଆଦର୍ଶ ଫେରିବା ନେଇ କେନ୍ଦ୍ରକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସରକାରଙ୍କୁ ଦେଲେ ଧନ୍ୟବାଦ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଦର୍ଶଙ୍କୁ ଫେରାଇ ଆଣିବାକୁ ହୋଇଥିଲା ଉଦ୍ୟମ। କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟକୁ ପତ୍ର ଲେଖିଥିଲେ ରାଜ୍ୟ ସରକାର। ଉପଯୁକ୍ତ ପଦକ୍ଷେପ ନେବାକୁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଗୁଇନ୍ଦା ବିଭାଗ DG କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ପତ୍ର ଲେଖିଥିଲେ।