thelifelinemedia
Latest Odisha News, Breaking News Today

ଯେମିତି ଚାଲିଥିଲା ସେମିତି ଚାଲିବ ଦଳ:ଆଗକୁ ବି ପ୍ରସ୍ତୁତ ରହିବୁ, ସୋଫିଆ କହିଲେ ଏମିତି କଥା

ସୋଫିଆ ବିଧାୟିକା ଅଛନ୍ତି, ତାଙ୍କର ଏହା ସହ କୌଣସି ସଂପର୍କ ନାହିଁ।ନିଜ ନିଷ୍ପତ୍ତି ନିଜେ ସୋଫିଆ ନେବେ, ନିଜ କାର୍ଯ୍ୟପନ୍ଥା ନିଜେ ସ୍ଥିର କରିବେ

କଟକ: କଟକରେ ଦଳ ଯେମିତି ଚାଲିଥିଲା ସେମିତି ଚାଲିବ କହିଲେ କଟକ ବାରବାଟୀ ବିଧାୟିକା ତଥା ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦୋଷ। ବାପା ମୋକିମ କଂଗ୍ରେସରୁ ବହିଷ୍କାର ପରେ ଏହି କଥା କହିଲେ ସୋଫିଆ। ବିଧାୟିକା ଭାବେ ସେବା କରିବା ପାଇଁ ଅଛି, ଆଗକୁ ବି ପ୍ରସ୍ତୁତ ରହିବୁ ବୋଲି ସୋଫିଆ କହିଛନ୍ତି।ବାପା ମୋକିମ ଦଳରୁ ବହିସ୍କାର ହେବା ପରେ ଝିଅ ସୋଫିଆଙ୍କ ଉପରେ ନଜର ରହିଛି।

ନିକଟରେ ଦଳରୁ ବହିସ୍କାର ହୋଇଛନ୍ତି ମହମ୍ମଦ ମୋକିମ।ପୁର୍ବରୁ ମୋକିମ କହିଥିଲେ ନିଜ ନିଷ୍ପତ୍ତି ନେବେ ସୋଫିଆ ।ସୋଫିଆଙ୍କୁ ନେଇ ମଧ୍ୟ ସେତେବେଳେ ମୁହଁ ଖୋଲିଲେ ମହମ୍ମଦ ମୋକିମ୍।ସୋଫିଆ ବିଧାୟିକା ଅଛନ୍ତି, ତାଙ୍କର ଏହା ସହ କୌଣସି ସଂପର୍କ ନାହିଁ।ନିଜ ନିଷ୍ପତ୍ତି ନିଜେ ସୋଫିଆ ନେବେ, ନିଜ କାର୍ଯ୍ୟପନ୍ଥା ନିଜେ ସ୍ଥିର କରିବେ ବୋଲି ବାପା ମୋକିମ୍ ବହିସ୍କାର ବେଳେ ପ୍ରତିକ୍ରିୟା ରଖିଥିଲେ।

Leave A Reply

Your email address will not be published.