କଂଗ୍ରେସ କଳି::ମୋକିମଙ୍କ ଯୋଗାଯୋଗରେ କେନ୍ଦ୍ରୀୟ ନେତା, ଚିଠି ଲେଖା ଉପରେ କଥା ହେଲେ କଂଗ୍ରେସର ଶୀର୍ଷ ନେତୃତ୍ୱ
କାହିଁକି ଏପରି ଚିଠି ଲେଖିଲେ, ପ୍ରକୃତ କାରଣ କ’ଣ ପଚାରିଲେ । ରାଜ୍ୟ କଂଗ୍ରେସ ସଭାପତିଙ୍କ ସହ ବିବାଦ କ’ଣ ପଚାରିଲେ
ଭୁବନେଶ୍ଵର: ବରିଷ୍ଠ ରାଜନେତା ତଥା କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ସହ କେନ୍ଦ୍ରୀୟ ନେତା କଥା ହୋଇଥିବା ସୂଚନା ମିଳିଛି। ମୋକିମଙ୍କ ଚିଠି ଉପରେ ଦଳର ଶୀର୍ଷ ନେତୃତ୍ୱ କଥା ହୋଇଛନ୍ତି। ସିଡବ୍ଲ୍ୟୁସି ସଦସ୍ୟ ଜୟରାମ ରମେଶ, ପବନ ଖେରା କଥା ହେଲେ। ପୂର୍ବରୁ ରାଜ୍ୟ ବ୍ୟାପାର ବୁଝୁଥିବା ପ୍ରଭାରୀ ମଧ୍ୟ କଥା ହୋଇଛନ୍ତି ମୋକିମଙ୍କ ସହ। କାହିଁକି ଏପରି ଚିଠି ଲେଖିଲେ, ପ୍ରକୃତ କାରଣ କ’ଣ ପଚାରିଲେ । ରାଜ୍ୟ କଂଗ୍ରେସ ସଭାପତିଙ୍କ ସହ ବିବାଦ କ’ଣ ପଚାରିଲେ। ଏଆଇସିସି ଓ ରାହୁଲ ଗାନ୍ଧିଙ୍କ ବାବଦରେ ଲେଖିବା କଥା ବୁଝିଲେ। ଗଣମାଧ୍ୟମକୁ ଯିବା ନେଇ ମଧ୍ୟ ପଚରାଉଚରା କରିଥିବା ସୂଚନା ମିଳିଛି।
ଏଠି କହି ରଖୁ, ନିକଟରେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ ମୋକିମ। ଯାହାର ପରିଣାମ ସ୍ୱରୂପ ତାଙ୍କୁ ଦଳରୁ ବହିସ୍କାର କରାଯାଇଛି। ଚିଠିରେ ରାଜ୍ୟ ସଭାପତିଙ୍କ ସହ ଦଳର ସ୍ଥିତି ଏବଂ ରାହୁଲ ଗାନ୍ଧୀଙ୍କ କଥା ଲେଖିଥିଲେ।