ଥଣ୍ଡାରୁ ନାହିଁ ତ୍ରାହି: ରାଜ୍ୟରେ ଶୀତ ପ୍ରକୋପ ଜାରି,10 ଡ଼ିଗ୍ରୀ ତଳେ ଅଧା ଓଡ଼ିଶା
ଉତ୍ତର ରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ଶୀତର ତାତି।ଡିଗ୍ରିକୁ ଖସିଥିବା ଘୁ. ଉଦୟଗିରିର ପାରଦ ୫ ଡିଗ୍ରିକୁ ଉଠିଛି। ରାଜ୍ୟର ୧୧ ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି
ଭୁବନେଶ୍ଵର: ରାଜ୍ୟରେ ବଢ଼ିଛି ଜାଡ଼। ସାରା ଓଡ଼ିଶାରେ ଶୀତ ପ୍ରକୋପ ଜାରି ରହିଛି। ଉତ୍ତର ରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ଶୀତର ତାତି।ଡିଗ୍ରିକୁ ଖସିଥିବା ଘୁ. ଉଦୟଗିରିର ପାରଦ ୫ ଡିଗ୍ରିକୁ ଉଠିଛି। ରାଜ୍ୟର ୧୧ ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି। ଦାରିଙ୍ଗବାଡ଼ି ଓ ଫୁଲବାଣୀର ରାତି ତାପମାତ୍ରା ୬ ଡିଗ୍ରି ରହିଥିବା ବେଳେ କୋରାପୁଟରେ ୬.୮ ଡିଗ୍ରି, ସେମିଳିଗୁଡ଼ାରେ ୭.୪ ଡିଗ୍ରି, ଚିପିଲିମାରେ ୮.୮ ଡିଗ୍ରି, ନବରଙ୍ଗପୁରରେ ୯ ଡିଗ୍ରି, ଭବାନୀପାଟଣାରେ ୯.୨ ଡିଗ୍ରି, ଅନୁଗୁଳରେ ୯.୬ ଡିଗ୍ରି ଓ ଝାରସୁଗୁଡ଼ାରେ ୯.୮ ଡିଗ୍ରି ଲେଖାଏଁ ରାତି ତାପମାତ୍ରା ରେକର୍ଡ ହୋଇଯାଇଛି।ଆସନ୍ତା ସପ୍ତାହେ ଏହି ଥଣ୍ଡା ଜାରି ରହିବ। ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ଝାରସୁଗୁଡ଼ାରେ ଏବେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ୁଥିବା ବେଳେ ଆସନ୍ତାକାଲି ମଧ୍ୟ କିଛି କିଛି ସ୍ଥାନରେ କୁହୁଡ଼ି ସମ୍ଭାବନା ରହିଛି।
କିଛି କିଛି ଅଞ୍ଚଳରେ ଶୀତ ଲହରି ପ୍ରବାହିତ ହେବାର ଆଶଙ୍କାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୬ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ଥଣ୍ଡା ପାଗ ଜାରି ରହିବ।