thelifelinemedia
Latest Odisha News, Breaking News Today

ଦିଲ୍ଲୀରେ ନିଃଶ୍ୱାସ ନେବାକୁ ଲାଗୁଛି ଡର :ଦିଲ୍ଲୀ ପବନରେ ବିଷ , କଲବଲ ହେଉଛନ୍ତି ଦିଲ୍ଲୀବାସୀ

ଏଥିପାଇଁ କିଏ ଦାୟୀ। ପ୍ରତିବର୍ଷ ଶୀତ ଦିନେ ଏଭଳି ସମସ୍ୟା ଭୋଗନ୍ତି ଦିଲ୍ଲୀବାସୀ। ହେଲେ ଏହାର ସ୍ଥାୟୀ ସମାଧାନ କେବେ

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣର ସବୁଠୁ ଖରାପ ସ୍ଥିତିରେ ପହଞ୍ଚିଛି ଦିଲ୍ଲୀ । ଦିଲ୍ଲୀରେ ରହିବାକୁ ଡର ଲାଗୁଛି। କାହିଁକି ନା ଦିଲ୍ଲୀ ପବନରେ ଭରି ରହିଛି ବିଷ।ସାଙ୍ଘାତିକ ସ୍ତରରେ ଏକ୍ୟୁଆଇ ପହଞ୍ଚିବା ପରେ ଦିଲ୍ଲୀ ବାସୀ ଚିନ୍ତାରେ। ଶୀତ ଦିନ ଆସିଲେ ଦିଲ୍ଲୀବାସୀ ଦୁଃଖ ଆରମ୍ଭ ହୋଇଯାଏ। ପ୍ରତି ଥର ଭଳି ଏଥର ମଧ୍ଯ କିଛି ଦୁଃଖ କମ ନୁହେଁ। ହେଲେ କାହିଁକି ଦିଲ୍ଲୀରେ ଏମିତି ସ୍ଥିତି। ଏଥିପାଇଁ କିଏ ଦାୟୀ। ପ୍ରତିବର୍ଷ ଶୀତ ଦିନେ ଏଭଳି ସମସ୍ୟା ଭୋଗନ୍ତି ଦିଲ୍ଲୀବାସୀ। ହେଲେ ଏହାର ସ୍ଥାୟୀ ସମାଧାନ କେବେ। ତାକୁ ନେଇ ଅନେକ ପ୍ରଶ୍ନ ଏବେ ସଧାରଣ ଲୋକଙ୍କ ମନରେ।

ତେବେ ଦିଲ୍ଲୀରେ ଏହି ଭୟଙ୍କର ପ୍ରଦୂଷଣର ଅନେକ କାରଣ ରହିଛି।ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶ ଭଳି ପଡୋଶୀ ରାଜ୍ୟରେ ଫସଲ ଅବଶିଷ୍ଟାଂଶ ପୋଡିବା ପ୍ରଦୂଷଣର ଏକ ପ୍ରମୁଖ କାରଣ । ଏଥିରୁ ବାହାରୁଥିବା ଧୂଆଁ ପବନ ସହିତ ଦିଲ୍ଲୀରେ ପହଞ୍ଚିଥାଏ । ତା ସହିତ ଯାନବାହନ ପ୍ରଦୂଷଣ ଆଉ ଏକ କାରଣ ବୋଲି କୁହାଯାଉଛି। ଦିଲ୍ଲୀରେ ବଢୁଥିବା ଯାନବାହନ ସଂଖ୍ୟା ଏବଂ ସେଥିରୁ ନିର୍ଗତ ଧୂଆଁ ବାୟୁ ପ୍ରଦୂଷଣରେ ବହୁତ ବଡ ଭୂମିକା ଗ୍ରହଣ କରେ । ଶିଳ୍ପ ପ୍ରଦୂଷଣକୁ ମଧ୍ୟ ନଜର ଅନ୍ଦାଜ କରିହେବନି। ଶିଳ୍ପ କାରଖାନା ଏବଂ ନିର୍ମାଣ କାର୍ଯ୍ୟରୁ ନିର୍ଗତ ଧୂଳିକଣା ବାୟୁରେ ମିଶି ପ୍ରଦୂଷଣ ବଢାଇଥାଏ ।

Leave A Reply

Your email address will not be published.